ବଡ଼ ଭାଇକୁ ହତ୍ୟା କରି ପୋତିଦେଲା ସାନ
ବଡ଼ ଭାଇକୁ ହତ୍ୟା କରି ପୋତିଦେଲା ସାନ
ବଲାଙ୍ଗୀର: ପିତାଙ୍କ ପେନସନ୍ ପାଇଁ ଭାଇ ହେଲା ଭଗାରୀ। ବଡ଼ ଭାଇକୁ ଅତି ବୀଭତ୍ସ ଭାବରେ ହତ୍ୟା କରି ପୋତିଦେଲା ସାନଭାଇ । ବଲାଙ୍ଗୀର ଝାରବେଦନ ଜଙ୍ଗଲରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ବାପାଙ୍କ ପେନସନ୍ ଟଙ୍କା ହାତେଇବା ପାଇଁ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ ।
ଘଟଣା ଜଣାପଡିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଝାରଦେବନ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ଗୋରୁ ବଜାର ପଡ଼ା ନିବାସୀ ସଞ୍ଜୟ ବେହେରା ଗତ ୪ ତାରିଖରୁ ନିଖୋଜ ଥିଲେ ।
ତେବେ ଘଟଣାର ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରି ପୋଲିସ୍ ହତ୍ୟାକାରୀ ସାନଭାଇକୁ ଗିରଫ କରିଥିବା ଜଣାପଡିଛି ।




admin 