ବ୍ୟାଙ୍କରୁ ଜବତ ହେଲା ଜାଲନୋଟ

ବ୍ୟାଙ୍କରୁ ଜବତ ହେଲା ଜାଲନୋଟ

ବ୍ୟାଙ୍କରୁ ଜବତ ହେଲା ଜାଲନୋଟ
କଟକ - ଜଣେ ବ୍ୟକ୍ତିଙ୍କ ଠାରୁ ଜାଲ ନୋଟ ଜବତ କରାଯାଇଛି । ହଜାରେ କି ଦୁଇ ହଜାର ନୁହେଁ । ପୁରାପୁରି ୧ଲକ୍ଷ ୬୦ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି । ମର୍କତନଗର ଅଞ୍ଚଳରେ ଏକ ବ୍ୟାଙ୍କରେ ଟଙ୍କା ଜମା ବେଳେ ଏହା ଧରାପଡ଼ିଛି । ଜାଲ ନୋଟ ଜମା କରିବା ପାଇଁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାର୍କତନଗରର ଥାନାରେ ଅଟକ ରଖାଯାଇଛି । ପ୍ରକାଶ ଯେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଜାଲ ନୋଟ ନେଇ ବ୍ୟାଙ୍କୁ ଜମା କରିବାକୁ ଆସିଥିଲେ । ତେବେ ଜାଲ ନୋଟ ସମ୍ପର୍କରେ ଜାଣିପାରି ବ୍ୟାଙ୍କ କର୍ତ୍ତୃପକ୍ଷ ଥାନାକୁ ଖବର ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଜାଲ ନୋଟକୁ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଥାନାରେ ଅଟକ ରଖି ଏହାର ଖୋଳତାଡ଼ କରୁଛି । ତେବେ ଜବତ ନୋଟ ମଧ୍ୟରେ ବହୁ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ଥିବା ଜଣାଯାଇଛି ।