ବ୍ୟବସାୟୀଙ୍କୁ ଠକିଲେ ର’ ଅଧିକାରୀ
ବ୍ୟବସାୟୀଙ୍କୁ ଠକିଲେ ର’ ଅଧିକାରୀ
ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କୁ ଠକେଇ କରିଛନ୍ତି ର’ ଅଧିକାରୀ। ୧.୧୭କୋଟି ଠକେଇ ମାମଲାର ଏହି ଠକେଇ ଘଟଣା ସମ୍ମୁଖକୁ ଆସିଛି। ଏହି ଘଟଣାରେ ଗିରଫ ଜଣେ ଅଭିଯୁକ୍ତଙ୍କୁ ନକଲି ର’ ଅଧିକାରୀ କୁହାଯାଉଥିଲେ ହେଁ ପ୍ରକୃତରେ ସେ ଜଣେ ଅସଲି ର’ ଅଧିକାରୀ । ଗିରଫ ରାଜେଶ ଗେହଲଟ ନକଲି ନୁହନ୍ତି, ବରଂ ସେ ଜଣେ ଅସଲି ର’ ଅଧିକାରୀ ବୋଲି ଜଣାଯାଇଛି । ରାଜେଶ ଅସଲି ର’ ଅଧିକାରୀ ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ଠକେଇ ନେଇ ଅଭିଯୋଗ ହୋଇଥିଲା । ୱାର୍କ ଅର୍ଡର ଦେବାକୁ କହି ୩ଜଣ ଠକିଥିବା ଅଭିଯୋଗ ହୋଇଥିଲା । ନିଜୁ ଆଇଏଏସ, ଯନ୍ତ୍ରୀ ଓ ର’ ଅଧିକାରୀ କହି ଠକିଥିବା ଅଭିଯୋଗ ଥିଲା । ଏହି ମାମଲରେ କ୍ରାଇମବ୍ରାଞ୍ଚ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଲେ ସୂର୍ୟ୍ୟମଣି ତ୍ରିପାଠୀ ଓ ଅମିତ କୁମାର । ଗତ ୧୮ ତାରିଖରେ ତୃତୀୟ ଅଭିଯୁକ୍ତ ରାଜେଶଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ରାଜେଶ ଟ୍ରାଞ୍ଜିଟ ରିମାଣ୍ଡରେ ଥିବାବେଳେ ୨୪ ତାରିଖରେ ହାଜର ହେବେ । ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ରାଜେଶଙ୍କୁ ନିଦେ୍ର୍ଧଶ ରହିଛି ।




admin 