ବ୍ରେକ୍ଅପ୍ ପୂର୍ବରୁ ଏମିତି ଥାଏ ଜୀବନସାଥୀଙ୍କ ଆଚରଣ
ବ୍ରେକ୍ଅପ୍ ପୂର୍ବରୁ ଏମିତି ଥାଏ ଜୀବନସାଥୀଙ୍କ ଆଚରଣ
ପ୍ରେମ ଶାଶ୍ୱତ ଓ ଚିରନ୍ତନ। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୁଏ। ସେତେବେଳେ ହୃଦୟରେ ଏକ ଖୁସି ଓ ମଧୁର ଅନୁଭବ ହୋଇଥାଏ। ଦୁହେଁ ପରସ୍ପର ବିଷୟରେ ଚିନ୍ତା କରିଥାନ୍ତି ଓ ଅଧିକ ଯତ୍ନ ନେଇଥାନ୍ତି । ଅଧିକ ଯତ୍ନଶୀଳ ହେବା କାରଣରୁ ଉଭୟ ଛୋଟ ଛୋଟ କଥାରେ ବିରକ୍ତ ହୋଇଥାନ୍ତି। ଏପରି ପ୍ରତିଦିନ ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରିଥାନ୍ତି, ଏହା ଦ୍ୱାରା ସେମାନେ ପରସ୍ପର ସହିତ ରହିଥାନ୍ତି ସତ କିନ୍ତୁ ସେମାନେ ଚାହିଁଲେ ମଧ୍ୟ ସ୍ନେହପୂର୍ଣ୍ଣ ଆଖିରେ ଚାହିଁପାରନ୍ତି ନାହିଁ। ଅନେକ ଝଗଡ଼ା ଭୁଲି ଯାଆନ୍ତି। କୌଣସି ସମ୍ପର୍କ ଦୀର୍ଘକାଳୀନ ଭିତ୍ତିରେ ଚାଲିବା ପାଇଁ, ଏଥିରେ ସମ୍ମାନ ରହିବା ନିହାତି ଆବଶ୍ୟକ । କିନ୍ତୁ ଯେତେବେଳେ ଝଗଡା ହୁଏ ଉଭୟ ଉଭୟଙ୍କୁ ସମ୍ମାନ ଦେବା ଭୁଲି ଯାଆନ୍ତି, ଏହି କାରଣରୁ ପ୍ରେମରେ ତିକ୍ତତା ଆସିବା ଆରମ୍ଭ କରିଥାଏ ।
ଯଦି ତୁମେ କ୍ଳାନ୍ତ ଥିବା ସମୟରେ ତୁମ ସାଥି ପରିସ୍ଥିତି ନବୁଝି ତୁମ ଉପରେ ବିରକ୍ତ ହୁଏ, ତାହେଲେ ଭାବିନିଅଯେ, ଆଉ ତୁମ ସମ୍ପର୍କରେ ଆଗଭଳି ମଧୁରତା ନାହିଁ । କାରଣ ପରିସ୍ଥିତି ଯାହା ହେଉନା କାହିଁକି ସାଥିଙ୍କ ଉପସ୍ଥିତି ଆଶ୍ଚର୍ୟ୍ୟଜନକ ଶକ୍ତି ଦେଇଥାଏ । ଆଗରୁ ଘଣ୍ଟା ଘଣ୍ଟା ଧରି ଗପୁଥିବା ସାଥି ଯଦି ଫୋନରେ ଗପିବାକୁ ବିରକ୍ତ ହୁଅନ୍ତି ଓ ବ୍ୟସ୍ତ ଅଛନ୍ତି ବୋଲି କହିଥାନ୍ତି, ତେବେ ଧିରେ ଧିରେ ଆପଣଙ୍କ ପ୍ରେମ ଦୁର୍ବଳ ହୋଇଯାଉଛି ବୋଲି ଭାବିନେବେ । ଯଦି ସାଥିଙ୍କ ଆଚରଣରେ ପରିବର୍ତ୍ତନ ଦେଖୁଛନ୍ତି, ଯେମିତିକି ଆପଣଙ୍କୁ ଧ୍ୟାନ ନଦେବା, ସାଙ୍ଗ ମାନଙ୍କ ସହ ଅତ୍ୟଧିକ ପାର୍ଟି କରିବା ଇତ୍ୟାଦି, ତେବେ ଆପଣ ଏ ବିଷୟରେ ସାଥିଙ୍କ ସହ କଥା ହେବା ଉଚିତ୍ ଓ କାରଣ ଜାଣିବା ଉଚିତ୍ । ନଚେତ୍ ବ୍ରେକ୍-ଅପ ହେବାର ସମ୍ଭାବନା ଥାଏ ।




admin 