ବ୍ରିଟେନ ରାଣୀ ଏଲିଜାବେଥ-୨ଙ୍କ ‘ମୃତୁ୍ୟ ପର ଯୋଜନା’ ଲିକ୍

ବ୍ରିଟେନ ରାଣୀ ଏଲିଜାବେଥ-୨ଙ୍କ ‘ମୃତୁ୍ୟ ପର ଯୋଜନା’ ଲିକ୍

ବ୍ରିଟେନ ରାଣୀ ଏଲିଜାବେଥ-୨ଙ୍କ ‘ମୃତୁ୍ୟ ପର ଯୋଜନା’ ଲିକ୍

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ-୨ଙ୍କ ମୃତ୍ୟୁ ପରେ କି ପଦକ୍ଷେପ ନିଆଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ ହୋଇଛି । ଫଳରେ ରାଣୀଙ୍କ ମୃତ୍ୟୁ ସମୟରେ ଏବଂ ତାହା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ କିଭଳି ଗ୍ରହଣ କରାଯିବ ତାହା ଏଥିରେ ଉଲ୍ଲେଖ ରହିଛି । ତେବେ ଏହି ଗୋପନ ଯୋଜନାଟି ଏବେ ଲିକ ହୋଇଯାଇଥିବାରୁ ବିଭିନ୍ନ ମହଲରୁ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରାଯାଇଛି । ରାଣୀ ଏଲିଜାବେଥ-୨ ବଞ୍ଚିଥିବା ଏବଂ ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏଭଳି ଯୋଜନା କାହିଁକି କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି । ଯୋଜନା ଲିକ ହୋଇଥିବା ସଂପର୍କରେ ବକିଂହାମ ପ୍ୟାଲେସର ଅଧିକାରୀମାନେ ମତାମତ ଦେବାକୁ ମନା କରିଦେଇଛନ୍ତି । ଆମେରିକାର ଖବର ପ୍ରଦାନକାରୀ ସଂସ୍ଥା ପଲିଟିକୋ ପ୍ରଥମେ ଏ ସଂକ୍ରାନ୍ତ ଖବର ପ୍ରକାଶ କରିଥିଲା । ରାଣୀଙ୍କ ମୃତୁ୍ୟ ପରବର୍ତ୍ତୀ ଯୋଜନାର କୋଡ ନାମ ‘ଅପରେସନ୍ ଲଣ୍ଡନ ବ୍ରିଜ’ ରଖାଯାଇଛି । ଏପରିକି ରାଣୀ ଯେଉଁଦିନ ମୃତୁ୍ୟବରଣ କରିବେ ସେହିଦିନକୁ ଅଧିକାରୀମାନେ ‘ଡି-ଡେ’ ଭାବେ ଆଖ୍ୟା ଦେବେ । ରାଣୀଙ୍କୁ ଏବେ ୯୫ ବର୍ଷ ହୋଇଛି । ବ୍ରିଟେନର ରାଜ ପରିବାରର ଇତିହାସରେ ସେ ସବୁଠୁ ଅଧିକ ଦିନ ରାଣୀ ରହିଲେଣି । ମୃତୁ୍ୟର ୧୦ ଦିନ ପରେ ରାଣୀଙ୍କୁ କବର ଦିଆଯିବ । କବର ଦିଆଯିବା ପୂର୍ବରୁ ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲସ ୧୦ ଦିନ ଦେଶର ବ୍ୟାପକ ଅଞ୍ଚଳ ଗସ୍ତ କରିବେ । ସଂସଦ ଭବନରେ ରାଣୀଙ୍କ କଫିନକୁ ୩ ଦିନ ରଖାଯିବ । ଲଣ୍ଡନକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଆସିବା ଆଶା ରହିଥିବାରୁ ରାଣୀଙ୍କ ମରଶରୀରକୁ ସେଠାରେ ରଖାଯିବ । ସେହିଭଳି ରାଣୀଙ୍କ ଶେଷକୃତ୍ୟ ଶୋଭାଯାତ୍ରାରେ ବହୁସଂଖ୍ୟାରେ ଲୋକ ଯୋଗଦେବେ । ଏହାକୁ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ଯୋଜନା କରାଯାଇଛି ।