ବୋଲେରୋ-ଟ୍ରକ ଧକ୍କାରେ ୩ ମୃତ

ବୋଲେରୋ-ଟ୍ରକ ଧକ୍କାରେ ୩ ମୃତ

ବୋଲେରୋ-ଟ୍ରକ ଧକ୍କାରେ ୩ ମୃତ

ବଲାଙ୍ଗୀର: ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବୋଲେରୋକୁ ଟ୍ରକ୍ ପିଟିବାରୁ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।


ସୂଚନାଯୋଗ୍ୟ ଯେ, କୁଡ଼ସିଙ୍ଗା କଲେଜର ପୁର୍ବତନ ଛାତ୍ର ଗତ ସୋମବାର ସୁନ୍ଦରଗଡ ଖଣ୍ଡାଧାରକୁ ବଜାଭୋଜି ପାଇଁ ଯାଇଥିଲେ  । ବୁଧବାର ଫେରୁଥିବା ସମୟରେ ରଣ୍ଡାଛକଠାରେ ବୋଲେରକୁ ସାମ୍ନାରୁ ପିଟିଛି ଟ୍ରକ୍ । ଘଟଣାସ୍ଥଳରେ ୩ମୃତ ହୋଇଥିବା ବେଳେ  ୨ଜଣ ଗୁରୁତର ହୋଇପଡ଼ିଛନ୍ତି ।  ଖବରପାଇ ଘଟଣାସ୍ଥଳରେ ବଲାଙ୍ଗୀର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ଯାଏଁ ମୃତାହତଙ୍କ ପରିଚୟ ଓ ଠିକଣା ସଂପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ ।