ବେଆଇନ ଗୋରୁଚାଲାଣ ବେଳେ ଗାଡି ଜବତ

ବେଆଇନ ଗୋରୁଚାଲାଣ ବେଳେ ଗାଡି ଜବତ

ବେଆଇନ ଗୋରୁଚାଲାଣ ବେଳେ ଗାଡି ଜବତ
ଜଗତସିଂହପୁର : ଜଗତସିଂହପୁର ଅଞ୍ଚଳରୁ ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି ପୋଲିସ । ଗାଡି ଜବତ ସହ ଗାଡି ଡ୍ରାଇଭର ସହ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ସହର ଥାନା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ବାହାରକୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି । ତିନୋଟି ପିକଅପ ଭ୍ୟାନ ସହ ୧୫ଟି ଗାଈ ଓ ବଳଦ ଜବତ କରାଯାଇଛି । ଏଥି ସହିତ ପାଞ୍ଚଜଣ ଗାଡି ଚାଳକ ଓ ବ୍ୟବସାୟୀଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଗୋରୁ ମାନଙ୍କୁ ଜଗତସିଂହପୁର ଓ ନିଆଳି ଅଞ୍ଚଳରୁ ଅଣାଯାଇ ବେଆଇନ ଭାବରେ ବାହାରକୁ ଚୋରାଚାଲାଣ କରାଯାଉ ଥିବାର ଜଣାପଡିଛି ।