ବିଷାକ୍ତ ମଦ ପିଇ ୯ ମୃତ

ବିଷାକ୍ତ ମଦ ପିଇ ୯ ମୃତ

ବିଷାକ୍ତ ମଦ ପିଇ ୯ ମୃତ

ପାଟନା: ଆଲୋକର ପର୍ବ ଦୀପାବଳିରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ଗୋପାଲଗଞ୍ଜ ଠାରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇଛନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ ଡା ନୱାଲ କିଶୋର ଚୌଧୁରୀ ଏ ବିଷୟରେ ସୂଚନା ଦେଇଛନ୍ତି। ମୃତ ଓ ଗୁରୁତର ହୋଇଥିବା ଲୋକମାନେ ନଭେମ୍ବର ୩ ସନ୍ଧ୍ୟାରେ ମଦ ପଇଥିଲେ। ଏହାର କିଛି ସମୟ ପରେ ସେମାନେ ଅସୁସ୍ଥ ହେବାରୁ ସମସ୍ତଙ୍କୁ ବିଳମ୍ବିତ ରାତିରେ ହସ୍ପିଟାଲକୁ ଅଣା ଯାଇଥିଲା। ସେଠାରେ ୯ ଜଣଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ତେଲହୁ ଗାଁର ୧୬ ଜଣ ବ୍ୟକ୍ତି ନଭମ୍ବେର ୩ ସନ୍ଧ୍ୟା ବେଳେ ଛାମ୍ରତୋଲି ଠାରେ ମଦ ପିଇଥିଲେ। ଏହାର କିଛି ସମୟ ପରେ ସମସ୍ତଙ୍କ ଅବସ୍ଥା ବିଗିଡ଼ିଥିଲା। ସାମ୍ବାଦିକଙ୍କୁ ସୂଚନା ଦେଇ ଏସ୍ପି ଉପେନ୍ଦ୍ର ନାଥ ବର୍ମା କହିଛନ୍ତି,  ପ୍ରାଥମିକ ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ପୁଲିସ୍ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଗାଁରେ କ୍ୟାମ୍ପ କରି ବିସ୍ତୃତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି।


ଜଣେ ଗାଁ ଲୋକ ନିଜ ନାଁ ଗୋପନ ରଖି କହିଛନ୍ତି, ମଦ ପିଇବା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ। ଫଳରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ସକାଳେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ବିଭିନ୍ନ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି।

ଗତ ମାସରେ ମୁଜାଫରପୁରରେ ସମାନ ଘଟଣା ଘଟିଥିଲା। ୨୦୧୬ ମସିହା ଏପ୍ରିଲ ୫ରୁ ନୀତୀଶ କୁମାର ସରକାର ବିହାରରେ ମଦ ବ୍ୟାନ କରିଛନ୍ତି। ତଥାପି ଚୋରାରେ ଏହା ବିକ୍ରି ଚାଲିଛି। ଅନେକ ସମୟରେ ବିଷାକ୍ତ ମଦ ଲୋକଙ୍କ ଜୀବନ ମଧ୍ୟ ନେଉଛି।