ବିଶ୍ୱ ଋଣ ପରିମାଣରେ ରେକର୍ଡ ବୃଦ୍ଧି

ବିଶ୍ୱ ଋଣ ପରିମାଣରେ ରେକର୍ଡ ବୃଦ୍ଧି

ବିଶ୍ୱ ଋଣ ପରିମାଣରେ ରେକର୍ଡ ବୃଦ୍ଧି
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ତ୍ରୟମାସରେ ବିଶ୍ୱ ଋଣ ପରିମାଣରେ ରେକର୍ଡ ବୃଦ୍ଧି ଘଟିଛି । ଆଲୋଚ୍ୟ ସମୟରେ ଏହା ୨୫୮ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଏହାର ବିଶ୍ୱର ମୋଟ ଘରୋଇ ଉପôାଦ (ଜିଡିପି) ର ୩୩୧% । କରୋନା ମହାମାରୀ ଯୋଗୁଁ ବିଭିନ୍ନ ରାଷ୍ଟ୍ରରେ ଅର୍ଥନୈତିକ କାର୍ୟ୍ୟକଳାପ ସ୍ଥାଣୁ ପାଲଟିଥିବା ବେଳେ ସରକାରୀ ଏବଂ ଘରୋଇ ଋଣ ମାତ୍ରାରେ ବଡ଼ ଆକାରର ବୃଦ୍ଧି ଘଟିଥିବା ଇନଷ୍ଟିଚୁ୍ୟଟ ଅଫ ଇଣ୍ଟରନ୍ୟାସନାଲ ଫାଇନାନ୍ସ (ଆଇଆଇଏଫ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାଯାଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ପକ୍ଷରୁ ଆଇଆଇଏଫ ପ୍ରତିନିଧିତ୍ୱ କରିଥାଏ । ଏହା ପ୍ରକାଶ କରିଛି ଯେ, ୨୦୨୦ ପ୍ରଥମ ତ୍ରୟମାସରେ ଋଣ ଜିଡିପି ଅନୁପାତରେ ୧୦% ରୁ ଊଦ୍ଧ୍ୱର୍ ବୃଦ୍ଧି ଘଟି ରେକର୍ଡ ୩୩୧%ରେ ପହଞ୍ଚିଛି । ଏହା ଏଯାବତ ସର୍ବୋଚ୍ଚ ତ୍ରୟମାସିକ ବୃଦ୍ଧି । ୨୦୧୫ ରୁ ୨୦୧୯ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ଥିଲା ।