ବିଶେଷଜ୍ଞମାନଙ୍କ ମତ : ଟିକା ନେବାରେ ଡେରି କଲେ ବିପଦରେ ପଡ଼ିବେ

ବିଶେଷଜ୍ଞମାନଙ୍କ ମତ : ଟିକା ନେବାରେ ଡେରି କଲେ ବିପଦରେ ପଡ଼ିବେ

ବିଶେଷଜ୍ଞମାନଙ୍କ ମତ : ଟିକା ନେବାରେ ଡେରି କଲେ ବିପଦରେ ପଡ଼ିବେ
ନୂଆଦିଲ୍ଲୀ : ବିଶେଷଜ୍ଞମାନେ ମତ ଦେଇଛନ୍ତି କି ଭାରତରେ ସାଧାରଣ ଲୋକେ କରୋନା ପ୍ରତିଷେଧକ ଟିକା ନେବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ । କାରଣ ବିଳମ୍ବ କଲେ ସେଇ ସମୟ ଭିତରେ କରୋନା ଭାଇରସ ନିଜର କ୍ଷମତାକୁ ଆହୁରି ବିକଶିତ କରିଦେଇପାରେ ଏବଂ ତା ଯୋଗୁଁ ସୃଷ୍ଟ ନୂଆ ଷ୍ଟ୍ରେନ ଏଭଳି ଟିକାର ପ୍ରଭାବକୁ ହ୍ରାସ କରି ଦେଇପାରେ । ସେମାନଙ୍କ ଅନୁସାରେ ଭାରତରେ ପୂର୍ବରୁ ୪୫ ବର୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ଟିକା ଦିଆଯାଉଥିଲା ବେଳେ ଏବେ ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକା ଦେବା ଆରମ୍ଭ ହେବାକୁ ଯାଉଛି । ଏହାର ଉଦେ୍ଧଶ୍ୟ ହେଉଛି କି ଦେଶରେ ହର୍ଡ ଇମୁ୍ୟନିଟି ସୃଷ୍ଟି କରିବ । କିନ୍ତୁ ଯଦି କିଛି ଲୋକ ଟିକା ନେବେ, ତାହା ହେଲେ ସରକାରଙ୍କ ଏହି ଯୋଜନା ସଫଳ ହେବନି । ତେଣୁ ସମସ୍ତେ ଟିକା ନେଇ କରୋନାର ଚେନ ଭାଙ୍ଗିବାକୁ ଉଦ୍ୟମ କରିବା ଦରକାର । ନିରାକରଣ ଅଭିଯାନ ଯେମିତି ସଫଳ ହେବ, ସେଥିପାଇଁ ବିଭିନ୍ନ ସମୁଦାୟ ତରଫରୁ ଉଦ୍ୟମ କରାଯିବା ଉଚିିତ ।