ବିଲେଇ ଠାରୁ ଦୂରେଇ ରୁହନ୍ତୁ

ବିଲେଇ ଠାରୁ ଦୂରେଇ ରୁହନ୍ତୁ

ବିଲେଇ ଠାରୁ ଦୂରେଇ ରୁହନ୍ତୁ
ବିଲେଇ ଏକ ଗୃହ ପାଳିତ ପଶୁ । ଅନେକ ପିଲାଙ୍କୁ କୁକୁର, ବିଲେଇଙ୍କ ସହ ଖେଳିବାକୁ ଭଲ ଲାଗେ । କିନ୍ତୁ ଏହି ବିଲେଇ ଆପଣଙ୍କ ପାଇଁ ସ୍ୱାସ୍ଥ ସମସ୍ୟା ସୃଷ୍ଟି କରି ପାରେ । ଏଭଳି ସତର୍କ ସୂଚନା ଏକ ଗବେଷଣାରୁ । ପୋଷା ବିଲେଇ ଓ ମାନସିକ ରୋଗ ବିଷୟ ବସ୍ତୁକୁ ନେଇ ବ୍ରିଟେନସ୍ଥିତ ୟୁନିଭରର୍ସିଟି କଲେଜର ଅଫ ଲଣ୍ଡନର ମନୋବିଜ୍ଞାନୀମାନେ ଏଗ ଗବେଷଣା କରିଥିଲେ । ପ୍ରତିଦିନ ବିଲେଇ ସହ ଘଂଟା ଘଂଟା କଟାଉଥିବା କିଛି ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଲା ଯେ ଏମାନଙ୍କ ମଧ୍ୟରୁ କେତେଙ୍କ ଠାରେ ମାନସିକ ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ, ପୋଷା ବିଲେଇ ସହ ଅଧିକାଂଶ ସମୟ ବିତାଇଲେ ତାହାର ପ୍ରଭାବ ସଂପୃକ୍ତ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଉପରେ ପଡିଥାଏ । ପୁଣି ଭବିଷ୍ୟତରେ ସେହି ବ୍ୟକ୍ତି ମାନସିକ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଏଭଳି କଥା ସଂପର୍କରେ କିପରି ଅଧିକ ତଥ୍ୟ ମିଳିପାରିବ ସେ ନେଇ ଉକ୍ତ ୟୁନିଭରର୍ସିଟିର ମନୋବିଜ୍ଞାନିମାନେ ଚେଷ୍ଟା ଜାରି ରଖିଛନ୍ତି ।