ବିମାନ ଜରୁରୀ ଅବତରଣ ସମୟରେ ଦୁର୍ଘଟଣା, ୯ ମୃତ
ବିମାନ ଜରୁରୀ ଅବତରଣ ସମୟରେ ଦୁର୍ଘଟଣା, ୯ ମୃତ
ସାଣ୍ଟୋ ଡୋମିନଗୋ: ଡୋମିନିକୀୟ ଗଣତନ୍ତ୍ରର ରାଜଧାନୀ ସାଣ୍ଟୋ ଡୋମିନଗୋର ଲାସ୍ ଆମେରିକାସ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ସମୟରେ ଘରୋଇ ବିମାନ ଦୁର୍ଘଟଣା ଘଟିଛି। ବୁଧବାର ଦିନ ଘଟିଥିବା ଏହି ବିମାନ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ବିମାନର ଅପରେଟର ହେଲିଡୋସା ଆଭିଏସନ୍ ଗ୍ରୁପ୍ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ବିମାନର ଚାଳକ (କ୍ରିୟୁ ସଦସ୍ୟ)। ଏହି ମୃତକମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଅଛନ୍ତି।
ବିମାନଟି ଡୋମିନିକାନ୍ ରିପବ୍ଲିକର ଲା ଇସାବେଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଫ୍ଲୋରିଡା ଅଭିମୁଖେ ଯାତ୍ରା କରୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଲରେ ବିମାନର ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ଉଚିତ ଭାବିଲେ। ବିମାନ ଉଡ଼ାଣର ମାତ୍ର ୧୫ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ତେବେ କେଉଁଥି ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣାପଡ଼ି ନାହିଁ।




admin 