ବିବାହର ୪ ଦିନ ପରେ ପଳାଇଥିଲେ ପୁଷ୍ପଲତା

ବିବାହର ୪ ଦିନ ପରେ ପଳାଇଥିଲେ ପୁଷ୍ପଲତା

ବିବାହର ୪ ଦିନ ପରେ ପଳାଇଥିଲେ ପୁଷ୍ପଲତା
ଭୁବନେଶ୍ୱର: ଚନ୍ଦକା ଦାସପୁରରେ ପୁଷ୍ପଲତାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ଆଜି ଆଉ ଏକ ଖବର ସାମନାକୁ ଆସିଛି । ପୁଷ୍ପଲତାଙ୍କୁ ଆମୋଫୋଇରେ ବିବାହ କରିଥିବା ପ୍ରୀତିରଞ୍ଜନ ପତିଙ୍କ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍ତ୍ରୀ ପୁଷ୍ପଲତାଙ୍କର ଅଭିଯୁକ୍ତ ସଞ୍ଜୟ ସହ ସମ୍ପର୍କ ଥିବା କଥା ମୁଁ ଜାଣିନଥିଲି । ସେ ମୋତେ ବହୁତ ଭଲ ପାଉଥିବାରୁ ତାଙ୍କୁ ବିବାହ କରିଥିଲି । ବିବାହର ୪ ଦିନ ପରେ ସେ କୁଆଡେ଼ ପଳାଇଥିଲେ । ଏନେଇ ମୁଁ ଶାଶୁଙ୍କୁ ଜଣାଇଥିଲି । ଶାଶୁ ଏନେଇ ମଧ୍ୟ ଥାନାରେ ଜଣାଇଥିଲେ । କଟାମୁଣ୍ଡ ମିଳିବା ଖବର ପୁଷ୍ପଲତାଙ୍କ ସାନ ଭିଣୋଇଥ ମୋତେ ଜଣାଇଥିଲେ । ପୁଷ୍ପଲତାଙ୍କ ହତ୍ୟାକାରୀଙ୍କୁ ଫାଶି ଦିଆଯାଉ ବୋଲି ପ୍ରତିରଞ୍ଜନ ପତି କହିଛନ୍ତି । ପ୍ରକାଶ ଯେ, ଗୁରୁବାର କମିଶନରେଟ ପୁଲିସ ପୁଷ୍ପଲତାଙ୍କ ମୃତୁ୍ୟର ରହସ୍ୟ ଖୋଲିଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ସଞ୍ଜୟ ଦାସଙ୍କ ସଂସ୍ପର୍ଶରେ ପୁଷ୍ପଲତା ଆସିଥିଲେ । ଆଗରୁ ପୁଷ୍ପଲତା ଅଭିଯୁକ୍ତ ସଞ୍ଜୟଙ୍କ ଘରେ ଭଡ଼ା ନେଇ ରହୁଥିଲେ । ମାସେ ହେଲା ସଞ୍ଜୟଙ୍କ ସହ ପୁଷ୍ପଲତା ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ । ଡିସେମ୍ବର ୨୪ ତାରିଖରେ ପୁଷ୍ପଲତା ପ୍ରୀତିରଞ୍ଜନ ପତିଙ୍କୁ ବାହା ହୋଇଥିଲେ । ପରେ ପ୍ରୀତିରଞ୍ଜନଙ୍କୁ ଛାଡ଼ି ସଞ୍ଜୟ ସହ ଆସି ପୁଷ୍ପଲତା ରହିଥିଲେ । ବିବାହକୁ ନେଇ ସଞ୍ଜୟ-ପୁଷ୍ପଲତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ୩ ତାରିଖ ସନ୍ଧ୍ୟାରେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ସଞ୍ଜୟ ସାଙ୍ଗ ଚନ୍ଦୁକୁ ଡାକି ହତ୍ୟା ପ୍ରମାଣ ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରିଥିଲା । ଘରୁ ରାତିରେ ସହଯୋଗୀ ଚନ୍ଦୁ ସହ ଏକ ବୋଲେରୋରେ ଶବ ନେଇଥିଲେ । ଦାସପୁରରେ ମୁଣ୍ଡକାଟି ଫୋଫାଡ଼ି ଦେଇ ଆସିଥିଲେ । ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଦଶପଲ୍ଲା ପଳାଇଯାଇଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କଟାମୁଣ୍ଡ ଜବତ କରାଯାଇଛି ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ । ଗୁରୁବାର ପୁଷ୍ପଲତାଙ୍କ କଟାମୁଣ୍ଡ ମିଳିଥିଲା । ଭରତପୁର ଜଙ୍ଗଲରୁ ଉକ୍ତ କଟା ମୁଣ୍ଡକୁ ପୁଲିସ ଠାବ କରିଥିଲା । ୨ ଅଭିଯୁକ୍ତ ମହିଳାଙ୍କ ମୁଣ୍ଡକାଟି ୨ କିମି ଦୂର ଭରତପୁର ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।