ବିପ୍ଳବଙ୍କ ବିରୋଧରେ ବିଦ୍ରୋହ : ଦିଲ୍ଲୀରେ ଡେରା ପକାଇଛନ୍ତି ଶାସକଦଳର ୧୧ ବିଧାୟକ

ବିପ୍ଳବଙ୍କ ବିରୋଧରେ ବିଦ୍ରୋହ : ଦିଲ୍ଲୀରେ ଡେରା ପକାଇଛନ୍ତି ଶାସକଦଳର ୧୧ ବିଧାୟକ

ବିପ୍ଳବଙ୍କ ବିରୋଧରେ ବିଦ୍ରୋହ : ଦିଲ୍ଲୀରେ ଡେରା ପକାଇଛନ୍ତି ଶାସକଦଳର ୧୧ ବିଧାୟକ
ଅଗରତାଲା: ପୂର୍ବୋତ୍ତର ବିଜେପି ଶାସିତ ରାଜ୍ୟ ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। ଶାସକ ଦଳର ୧୧ ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଭିଯୋଗ କରିବାକୁ ଯୋଜନା କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ କେତେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି। ବିଧାୟକମାନେ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ରହିଥିବା କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ କାର୍ୟ୍ୟ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି। ଶନିବାର ଦିନ ତ୍ରିପୁରାର ସୂର୍ୟ୍ୟମଣି ନଗର ବିଧାୟକ ରାମପ୍ରସାଦ ପାଲ୍‌ ରାଷ୍ଟ୍ରୀୟ ମହାସଚିବ ବି.ଏଲ୍‌ ସନ୍ତୋଷଙ୍କ ସହିତ ସାକ୍ଷଶତ କରିଛନ୍ତି । ରାମପ୍ରସାଦ ୨୫ ବିଧାୟକଙ୍କସମର୍ଥନ ଥିବା କହିଛନ୍ତି । ଦିଲ୍ଳୀରେ ରହିଥିବା ବିଧାୟକଙ୍କ ମଧ୍ୟରେ ସୁଶାନ୍ତ ଚୌଧୁରୀ, ପରିମଲ ଦେବ ବର୍ମା, ଆରସୀ ରଙ୍ଖଓ୍ବାଲ, ଆଶିଷ ଦାସ, ଅତୁଲ ଦେବ ବର୍ମା, ବର୍ବମୋହନ ଓ ରାମ ପ୍ରସାଦ ସାମିଳ୍‌ ରହିଛନ୍ତି । ସୂଚନାଯୋଗ୍ୟ, ତ୍ରିପୁରାରେ ବିପ୍ଳବଦେବଙ୍କ ସରକାର ୪୪ ବିଧାୟକଙ୍କସମର୍ଥନ ହାସଲ କରିଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ ଆଇପିଏଫ୍‌ଟିର ୮ଜଣ ବିଧାୟକ ରହିଛନ୍ତି ।