ବିପଦ ସଂକେତ ଉପରେ ବଂଶଧାରା

ବିପଦ ସଂକେତ ଉପରେ ବଂଶଧାରା

ବିପଦ ସଂକେତ ଉପରେ ବଂଶଧାରା

ଗଜପତି : ପ୍ରବଳ ବର୍ଷା ଯୋଗୁଁ ଗଜପତିରେ ଉପୁଜିଛି ବନ୍ୟା ସ୍ଥିତି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା। ରବିବାର ସକାଳ ୬ଟାରେ ସମୟରେ କାଶୀନଗର ଠାରେ ନଦୀର ଜଳସ୍ତର ବୃଦ୍ଧି ପାଇ ୫୪.୭୫ ମିଟରରେ ପହଞ୍ଚିଛି। ଏଠାରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ଥିବାରୁ ଜଳସ୍ତର ବୃଦ୍ଧି ପାଇଛି।

ସେପଟେ ବୃଦ୍ଧି ପାଉଥିବା ଜଳସ୍ତରକୁ ନଜରରେ ରଖି ସ୍ଥାନୀୟ ଏକ ବ୍ୟାରେଜର ସମସ୍ତ ୨୨ଟି ଗେଟ୍ ଖୋଲାଯାଇଛି । ଏଥିରେ ୭୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଯଦି ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଏ କିମ୍ବା ଉପରେ ମୁଣ୍ଡରେ ବର୍ଷା ଲାଗି ରହେ ତାହାଲେ ବନ୍ୟା ଆଶଙ୍କା ବଢିଯିବ । ପାଣି ବଢିଲେ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ସମେତ ୧୧ଟି ପଞ୍ଚାୟତ ଓ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସବଡିଭିଜନ୍ ପ୍ରଭାବିତ ହେବା ଆଶଙ୍କା ରହିଛି ।