ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ
ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ନବୀନ ନିବାସଠାରେ ପ୍ରଥମଥର ବିଧାନସଭାକୁ ନିର୍ବାଜିତ ହୋଇଥିବା ବିଜୁ ଜନତା ଦଳର ବିଧାୟକ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦ ମସିହାରେ ମୁଁ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ଭାବେ ପରେ ମୁଁ ମୋ ନିର୍ବାଚନ ମଣ୍ଡଳୀର ବିଡିଓମାନଙ୍କୁ ଡାକି କହିଲି, ଏବେ ନିର୍ବାଚନ ସରିଯାଇଛି । ମୁଁ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କର ବିଧାୟକ ଅଟେ । ଆପଣମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ଭୟ ଓ ଅନୁଗ୍ରହ ପ୍ରଦର୍ଶନ ନ କରି ସବୁ ଲୋକଙ୍କ ପାଇଁ କାମ କରନ୍ତୁ । ଦଳୀୟ ଭିତିରେ କୌଣସି ବାଛ-ବିଚାର କରନ୍ତୁ ନାହିଁ । ବିଧାୟକ ଭାବେ ହେଉ ବା ମୁଖ୍ୟମନ୍ତ୍ରୀ ଭାବେ ହେଉ, ମୁଁ ସବୁବେଳେ ନିଷ୍ଠାର ସହିତ ଏହି ନୀତିକୁ ପାଳନ କରି ଆସୁଛି । ମୁଁ ଚାହୁଁଛି ଆପଣମାନେ ସବୁବେଳେ ଏହି ନୀତିକୁ ଅନୁସରଣ କରନ୍ତୁ । ଆପଣମାନେ ଯଦି ବିଜୁବାବୁଙ୍କୁ ଦେଖିବେ ତାଙ୍କର ପରିଚୟ ଥିଲା ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍କୁ ଯାଇ ସବୁ ବର୍ଗର ଲୋକମାନଙ୍କୁ ସାହାର୍ଯ୍ୟ କରିବା ଓ ଲୋକଙ୍କ ପାଇଁ କାମ କରିବା । ମୁଁ ମୋ ଅନୁଭୂତିରୁ କହୁଛି, ଆପଣମାନେ ଯଦି ଦୁର୍ନୀତି ଠାରୁ ଦୂରେଇ ରହି ଲୋକଙ୍କ ପାଇଁ କାମ କରନ୍ତି ନିର୍ବାଚନ ସହଜ ହେବ ଏବଂ ବାରମ୍ବାର ନିର୍ବାଚିତ ହେଉଥିବେ । ଆଉ ଯଦି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଆପଣମାନେ କାମ କରନ୍ତି ତାହା ହେଲେ ବିପରୀତ ହେବ । ସାଧାରଣ ଜୀବନରେ ଆଉ ଏକ ମୁଖ୍ୟ କଥା ହେଲା ସରଳତା । ଲୋକମାନେ ସରଳତାକୁ ପସନ୍ଦ କରନ୍ତି । ଯଦି ଜଣେ ଅହଂକାରୀ ଓ ବିଳାସପୂର୍ଣ୍ଣ ଜୀବନ ଯାପନ କରେ ତେବେ ଏହା ସାଧାରଣ ଲୋକ ଏବଂ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି ହେବ । ଆପଣମାନେ ମୋ ପରାମର୍ଶକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରି ଲୋକମାନଙ୍କର ଆମ ଉପରେ ଥିବା ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ପରିଶ୍ରମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ କହିଥିଲେ ।