ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ

ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ

ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ତେଜୁଛି ଆନ୍ଦୋଳନ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି।  ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରତି ସମର୍ଥନ ବଢ଼ୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ମହାରାଷ୍ଟ୍ରର ଓସମାନାବାଦ ସହରରେ ୨ ବି‌‌ଦ୍ରୋହୀ ବିଧାୟକଙ୍କ କାର୍ୟ୍ୟାଳୟରେ ଶିବସେନା କର୍ମୀମାନେ ଭଙ୍ଗାରୁଜା କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ବିଭିନ୍ନ ସ୍ଥାନରେ ବିଦ୍ରୋହୀ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ଓ ଅଫିସ୍‌ ଭଙ୍ଗାରୁଜା ଚାଲିଥିବାରୁ ଏହାକୁ ନେଇ ହିଂସା ବଢ଼ିବା ଆଶଙ୍କା ରହିଛି। ଉଲ୍ଲାସନଗରରେ ଅଫିସ୍‌ ଭଙ୍ଗାରୁଜା କରିବା ଘଟଣାରେ ପ୍ରତିକ୍ରିୟା‌ ପ୍ରକାଶ କରି ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, କେବଳ ଏକନାଥ ସିନ୍ଦେଙ୍କ ପାଇଁ ଆମେ ଚୁପ୍‌ ଅଛୁ। ନ‌ଚେତ ଆମେ ମଧ୍ୟ ପ୍ରତିକ୍ରିୟା ଦେଖାଇ ସାରନ୍ତୁଣି। ଆନ୍ଦୋଳନ‌ ହିଂସାତ୍ମକ ହେଉଥିବାରୁ ବିଭିନ୍ନ ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି।  ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରତି ସମର୍ଥନ ବଢ଼ୁଥିଲେ ମଧ୍ଯ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ମହାରାଷ୍ଟ୍ରର ଓସମାନାବାଦ ସହରରେ ୨ ବି‌‌ଦ୍ରୋହୀ ବିଧାୟକଙ୍କ କାର୍ଯ୍ୟାଳୟରେ ଶିବସେନା କର୍ମୀମାନେ ଭଙ୍ଗାରୁଜା କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ବିଭିନ୍ନ ସ୍ଥାନରେ ବିଦ୍ରୋହୀ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ଓ ଅଫିସ୍‌ ଭଙ୍ଗାରୁଜା ଚାଲିଥିବାରୁ ଏହାକୁ ନେଇ ହିଂସା ବଢ଼ିବା ଆଶଙ୍କା ରହିଛି। ଉଲ୍ଲାସନଗରରେ ଅଫିସ୍‌ ଭଙ୍ଗାରୁଜା କରିବା ଘଟଣାରେ ପ୍ରତିକ୍ରିୟା‌ ପ୍ରକାଶ କରି ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, କେବଳ ଏକନାଥ ସିନ୍ଦେଙ୍କ ପାଇଁ ଆମେ ଚୁପ୍‌ ଅଛୁ। ନ‌ଚେତ ଆମେ ମଧ୍ୟ ପ୍ରତିକ୍ରିୟା ଦେଖାଇ ସାରନ୍ତୁଣି। ଆନ୍ଦୋଳନ‌ ହିଂସାତ୍ମକ ହେଉଥିବାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି ହୋଇଛି। ମୁମ୍ବାଇରେ ଧାରା ୧୪୪ ଜାରି ହୋଇଛି। ଇତିମଧ୍ୟ‌ରେ ବିଦ୍ରୋହୀ ବିଧାୟକ ଦୀପକ କେସରକର କହିଛନ୍ତି, ଶିବ‌ ସୈନିକମାନେ ରାସ୍ତାକୁ ଓହ୍ଲାଇବାର କୌଣସି ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ଉଚିତ ଏବଂ ଭଙ୍ଗାରୁଜା ବନ୍ଦ କରିବା ଉଚିତ। ଅନ୍ୟପକ୍ଷେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରି ଆଜି ଥାନେ ସ୍ଥିତ ଏକନାଥ ସିନ୍ଦେଙ୍କ ବାସଭବନ ବାହାରେ ତାଙ୍କ ସମର୍ଥକମାନେ ରୁଣ୍ଡ ହୋଇଛନ୍ତି। ଏକନାଥ ସିନ୍ଦେଙ୍କ ବାସଭବନ ବାହାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ହୋଇଛି। ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି ହୋଇଛି। ମୁମ୍ବାଇରେ ଧାରା ୧୪୪ ଜାରି ହୋଇଛି। ଇତିମଧ୍ୟ‌ରେ ବିଦ୍ରୋହୀ ବିଧାୟକ ଦୀପକ କେସରକର କହିଛନ୍ତି, ଶିବ‌ ସୈନିକମାନେ ରାସ୍ତାକୁ ଓହ୍ଲାଇବାର କୌଣସି ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ଉଚିତ ଏବଂ ଭଙ୍ଗାରୁଜା ବନ୍ଦ କରିବା ଉଚିତ। ଅନ୍ୟପକ୍ଷେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରି ଆଜି ଥାନେ ସ୍ଥିତ ଏକନାଥ ସିନ୍ଦେଙ୍କ ବାସଭବନ ବାହାରେ ତାଙ୍କ ସମର୍ଥକମାନେ ରୁଣ୍ଡ ହୋଇଛନ୍ତି। ଏକନାଥ ସିନ୍ଦେଙ୍କ ବାସଭବନ ବାହାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ହୋଇଛି।