ବିଦେଶରେ ଜଲୱା ଦେଖାଉଛି ‘ପଠାନ’
ବିଦେଶରେ ଜଲୱା ଦେଖାଉଛି ‘ପଠାନ’
ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବା ଦିନଠାରୁ ୱାର୍ଲ୍ଡୱାଇଡ୍ ପ୍ରତିଦିନ ପ୍ରାୟ ଶହେ କୋଟି ଟଙ୍କା ଆୟ କରୁଛି । ମାତ୍ର ୫ଦିନରେ ଫିଲ୍ମର ଆୟ ୫୦୦ କୋଟି ଟପିଛି । ରବିବାର ସୁଦ୍ଧା ପଠାନ ବିଶ୍ୱବ୍ୟାପୀ ୫୪୨କୋଟି ଟଙ୍କା କଲେକ୍ସନ କରିସାରିଛି । ଭାରତରେ ରବିବାରଏହି ଫିଲ୍ମ ୫୮.୫୦ କୋଟି ଟଙ୍କା ରୋଜଗାର କରିଛି । ଏହାକୁ ମିଶାଇ କେବଳ ଭାରତରେ ମୋଟ କଲେକ୍ସନ ୨୮୦କୋଟି ପାର୍ କରିଛି । ପୂର୍ବରୁ ହିଁ ଫିଲ୍ମ ପାଇଁ ଜବରଦସ୍ତ ଆଡ଼ଭାନ୍ସ ବୁକିଂ ହୋଇଥିଲା ।
‘ପଠାନ’ର ସଫଳତାକୁ ନେଇ ସୋମବାର କିଙ୍ଗ ଖାନ୍ ଗଣମାଧ୍ୟମ ଆଗରେ କହିଛନ୍ତି, କୋଭିଡ଼୍-୧୯ ସମୟରେ ଫିଲ୍ମର ଶୁଟିଂ ହୋଇଥିଲା । ସମସ୍ତେ ଏହି ଫିଲ୍ମକୁ ଢେର ସାରା ଭଲ ପାଇବା ଦେଇଛନ୍ତି । ଦର୍ଶକଙ୍କ ନିକଟରେ ମୁଁ କୃତଜ୍ଞ । ‘ପଠାନ’ର ପୂରା ଟିମ୍ ତରଫରୁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଥିଲେ । ସିନେମାଙ୍କୁ ପୁଣି ଜୀବନ୍ତ କରିଥିବାରୁ ମଧ୍ୟ ସେ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ । ମିଡ଼ିଆ ସହ ଆଲୋଚନା ବେଳେ ଦୀପିକା ପାଦୁକୋନ, ଜନ ଆବ୍ରାହମ୍ ଏବଂ ନିଦେ୍ର୍ଧଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ଉପସ୍ଥିତ ଥିଲେ । ବେଶରମ୍ ରଙ୍ଗ ଗୀତକୁ ନେଇ ବିବାଦୀୟ ହେବା ସହ ବଏକଟ ଟ୍ରେଣ୍ଡର ସମ୍ମୁଖୀନ ହେବା ସତ୍ତ୍ୱେ ‘ପଠାନ’କୁ ଏହି ସଫଳତା ମିଳିଛି ।




admin 