ବିଜେପୁରରୁ ଲଢ଼ିବାକୁ ଆଗ୍ରହୀ ସୁବାସ ଚୌହ୍ୱାନ
ବିଜେପୁରରୁ ଲଢ଼ିବାକୁ ଆଗ୍ରହୀ ସୁବାସ ଚୌହ୍ୱାନ
admin
Jun 4, 2019 - 04:59
Updated: Jun 4, 2019 - 04:59
ଭୁବନେଶ୍ୱର : ପାଟକୁରା ସହ ବିଜେପୁର ଉପନିର୍ବାଚନ ପାଇଁ ଏବେ ସବୁ ଦଳ ଅଙ୍କ କଷା ଆରମ୍ଭ କରିଦେଇଛନ୍ତି । ପାଟକୁରା ପାଇଁ ସବୁ ଦଳ ପ୍ରାର୍ଥୀ ଦେଇସାରିଥିବାବେଳେ ଏବେ ବିଜେପୁରରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ କସରତ ଚାଲିଛି । ବିଶେଷକରି ବିଜେପୁରରୁ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଦିବଂଗତ ନେତା ସୁବଳ ସାହୁଙ୍କ ପନôୀ ତଥା ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହେବେ ନା ତାଙ୍କ ପୁଅ ପ୍ରାର୍ଥୀ ହେବେ ସେନେଇ ଚର୍ଚ୍ଚା ହେଉଥିବାବେଳେ ଲୋକସଭା ନିର୍ବାଚନରେ ହାରିଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ୨୦୧୪ରେ ପ୍ରସନ୍ନ ବିଜେପୁରରୁ ଲଢ଼ିଥିବାବେଳେ ନିଜର ରାଜନୈତିକ ଶିଷ୍ୟ ସୁବଳଙ୍କ ଠାରୁ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ । ତେବେ ଏସବୁ ଭିତରେ ବିଜେପି ଛାଡ଼ି ବିଜେଡ଼ିକୁ ଆସିଥିବା ସୁବାସ ଚୌହ୍ୱାନ ମଧ୍ୟ ବିଜେପୁରରୁ ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି ।
ବିଜେପି ଛାଡ଼ିବା ପରେ ଅକଳରେ ପଡ଼ିଯାଇଛନ୍ତି ସୁବାସ ଚୌହ୍ୱାନ । ଟିକେଟ ନପାଇବା ରାଗରେ ସେ ବିଜେପି ଛାଡ଼ିଥିଲେ ହେଁ କୌଣସି ରାଜନୈତିକ ଫାଇଦା ପାଇ ପାରିନାହାନ୍ତି । ବରଗଡ଼ ସଂସଦୀୟ କ୍ଷେତ୍ରରୁ ବାଜିମାତ କରିସାରିଛନ୍ତି ବିଜେପି ନେତା ସୁରେଶ ପୂଜାରୀ । ବିଜେଡ଼ି ତାଙ୍କୁ ସାଧାରଣ ସମ୍ପାଦକ ପଦବୀ ଦେଇଥିଲେ ମଧ୍ୟ ସେ ଲୋକପ୍ରତିନିଧି ହେବାକୁ ଆଶା ବାନ୍ଧିଛନ୍ତି ।
ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେ ପରୋକ୍ଷରେ ଆଗ୍ରହୀ ଥିବା ସୂଚନା ଦେଇଛନ୍ତି । ସୁବାସ କହିଛନ୍ତିଯେ, ସେ ଦଳର ଜଣେ ସଚ୍ଚା କର୍ମୀମାନେ ଭାବେ କାର୍ଯ୍ୟ କରୁଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେବେ ସେ ତାହା ନିର୍ବାହ କରିବେ । ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ନବୀନ ନିଷ୍ପତି ନେବେ । ଯଦି ସଭାପତି ତାଙ୍କୁ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟ ବୋଲି ଭାବନ୍ତି ତେବେ ସେ ତାହା ପାଳନ କରିବେ ବୋଲି ସୁବାସ କହିଛନ୍ତି ।