ବିଜେଡି ୧୯,୪୨୫, ଖଣ୍ଡ ଭୋଟରେ ଆଗୁଆ

ବିଜେଡି ୧୯,୪୨୫, ଖଣ୍ଡ ଭୋଟରେ ଆଗୁଆ

ବିଜେଡି ୧୯,୪୨୫, ଖଣ୍ଡ ଭୋଟରେ ଆଗୁଆ

ଭୁବନେଶ୍ୱର: ପଦ୍ମପୁର ପାଇଁ ଚାଲିଛି ଭୋଟ ଗଣତି ।  ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗେଇ ଚାଲିଛି । ଆଉ ଯାହା ଫଳାଫଳର ଟ୍ରେଣ୍ଡ ଆସୁଛି ସେଥିରୁ ଜଣାପଡ଼ୁଛି ପଦ୍ମପୁରରେ ବିଜେଡି ବାଜିମାତ କରିବ । ଆଉ ପଦ୍ମପୁରରେ ବିଜେପି ଜିତିବା ନେଇ ଯେଉଁ ଦୃଢୋକ୍ତି କରୁଥିଲା ତାହା ଧୀରେ ଧୀରେ ମଉଳି ଯିବାରେ ଲାଗିଛି । ଏକଥା ଆମେ କହୁଁ ନାହୁଁ । ଭୋଟ ଗଣତିର ଯାହା ଟ୍ରେଣ୍ଡ ସାମନାକୁ ଆସୁଛି ସେଥିରୁ ତାହା ହିଁ ଜଣାପଡ଼ୁଛି । ମାଡ଼ି ଚାଲିଛି ବିଜେଡି ।

ଭୋଟ ବ୍ୟବଧାନ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବିରୋଧୀଙ୍କୁ ପଛରେ ପକାଇ ଦ୍ରତ ଗତିରେ ଆଗେଇ ଚାଲିଛି ବିଜେଡି । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ପ୍ରଥମ ରାଉଣ୍ଡ ଭୋଟ ଗଣତି ଠାରୁ ହିଁ ବିଜେଡି ଆଗୁଆ ରହିଛି ।  ମୋଟ ୨୩ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ୧୦ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ୧୯,୪୨୫,  ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି ।