ବିଜେଡିର ବଡ ନିଷ୍ପତି : ପିପିଲିରେ ନିର୍ବାଚନୀ ସଭା କରିବନି ବିଜେଡି

ବିଜେଡିର ବଡ ନିଷ୍ପତି : ପିପିଲିରେ ନିର୍ବାଚନୀ ସଭା କରିବନି ବିଜେଡି

ବିଜେଡିର ବଡ ନିଷ୍ପତି : ପିପିଲିରେ ନିର୍ବାଚନୀ ସଭା କରିବନି ବିଜେଡି
ଭୁବନେଶ୍ୱର: ବିଜେଡିର ବଡ ନିଷ୍ପତି ପିପିଲି ଉପନିର୍ବାଚନରେ ସାଧାରଣ ସଭା, ରାଲି ଓ କ୍ୟାମ୍ପେନ କରିବନି ବିଜେଡି । କୋଭିଡ ସ୍ଥିତିକୁ ଦେଖି ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଟ୍ୱିଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ମୋ ପରିବାର । ପ୍ରଚାର ,ଜନସଭା ,ସମାବେଶ ଓ ଶୋଭାଯାତ୍ରା କରିବନି ବିଜେଡି । ଏଭଳି ସ୍ଥିତିରେ ପ୍ରଚାର କରିବା ବିପଦକୁ ଡାକିବା ଭଳି ବୋଲି ନବୀନ କହିଛନ୍ତି । ସୂଚନାଯୋଗ୍ୟଯେ, ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାର ଥିଲା । ପ୍ରଚାରବି ଶେଷ ପର୍ଯ୍ୟାୟରେ ପହଁଚି ଯାଇଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । କରୋନାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏବେ ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ କେବଳ କଂଗ୍ରେସ ପ୍ରାର୍ଥୀ ହିଁ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସମ୍ପ୍ରତି ବିଜେଡ଼ିରୁ ରୁଦ୍ର ମହାରଥି ଓ ବିଜେପିରୁ ଆଶ୍ରୀତ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏବେ ପୁଣିଥରେ ବିଗୁଲ ବାଜିଥିବାରୁ ପୁଣି ପିପିଲି ରାଜନୀତି ସରଗରମ ହୋଇପଡ଼ିବ ।