ବିଏମସି ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ
ବିଏମସି ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ
admin
Jun 17, 2019 - 05:15
Updated: Jun 17, 2019 - 05:15
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସଜବାଜ ଆରମ୍ଭ ସରିଥିବା ବେଳେ ଆଜି କଂଗ୍ରେସ ମଧ୍ୟ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ସ୍ଥାନୀୟ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ଚିନ୍ତନ ମନ୍ଥନ ବୈଠକ । କେମିତି ଭୁବନେଶ୍ୱରରେ କଂଗ୍ରେସ ସୁଦୃଢ଼ ହେବ ଏ ବାବଦରେ ଦଳୀୟ ନେତା ବସି ଆଲୋଚନା କରିଛନ୍ତି । କଂଗ୍ରେସର ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା, ମୁଖପାତ୍ର ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ପ୍ରମୁଖ ପାଖାପାଖି ୫୦ ଜଣ ନେତା ଏକଜୁଟ ହୋଇଥିଲେ । ଭୁବନେଶ୍ୱରରେ କଂଗ୍ରେସକୁ ମଜବୁତ କରିବା ପାଇଁ କ’ଣ ଆବଶ୍ୟକ । ସେ ବାବଦରେ ନେତାମାନେ ମତ ଦେଇଥିଲେ । ଏଣିକି ପ୍ରତି ସପ୍ତାହରେ ବୈଠକ ହେବ । କଂଗ୍ରେସରେ ଯିଏ ରାଜ୍ୟ ସଭାପତି ହେଉ କିମ୍ବା ଭୁବନେଶ୍ୱର କଂଗ୍ରେସର ଜିଲ୍ଲା ସଭାପତି ଯିଏ ବି ହେଉ, ସେଥିରେ କୌଣସି ଫରକ ପଡ଼ିବ ନାହିଁ । ସମସ୍ତେ ଏକଜୁଟ ହୋଇ କାମ କରିବେ । ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଧଶକୁ ମାନି ଚଳିବେ । ଦଳ ମୁଖିଆ ଯେତେବେଳେ ଯାହାକୁ ଦାୟିତ୍ୱ ଦେବେ ତାହା ପାଳନ କରିବେ ବୋଲି କଂଗ୍ରେସ ଭବନରେ ଉପସ୍ଥିତ ନେତାମାନେ ପଣ କରିଥିଲେ ।