ବାଲେଶ୍ୱର କରୋନା ସ୍ଥିତି ସମୀକ୍ଷା ପାଇଁ ଡିଗିପିଙ୍କ ଗସ୍ତ

ବାଲେଶ୍ୱର କରୋନା ସ୍ଥିତି ସମୀକ୍ଷା ପାଇଁ ଡିଗିପିଙ୍କ ଗସ୍ତ

ବାଲେଶ୍ୱର କରୋନା ସ୍ଥିତି ସମୀକ୍ଷା ପାଇଁ ଡିଗିପିଙ୍କ ଗସ୍ତ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ଔଷଧର କଳାବଜାରୀ ଆରମ୍ଭ ହୋଇଛି । ଏହି କଳାବଜାରକୁ ଚେକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବାଲେଶ୍ୱରରେ ପହଂଚିଲେ ପୋଲିସ ମହାନିଦେ୍ର୍ଧଶକ ଅଭୟ । ଆଇନ ଶୃଙ୍ଖଳା ଏଡିଜିଙ୍କ ସହ ସ୍ଥିତି ସମୀକ୍ଷା କରିବେ ଡିଜିପି । ବାଲେଶ୍ୱର , ମୟୂରଭଞ୍ଜ ଏସପିଙ୍କୁ ନେଇ ସମୀକ୍ଷା ବୈଠକ କରିବେ । ଏହା ପରେ ଲକ୍ଷ୍ମଣନାଥ ତନଖି ଫାଟକ ଯାଇ ସ୍ଥିତି ସମୀକ୍ଷା କରିବେ ।