ବାର୍ଷିକ ୪୩ ଲକ୍ଷ ପ୍ୟାକେଜରେ ନିଯୁକ୍ତି ପାଇଲେ ସିଇଟି ଛାତ୍ରୀ

ବାର୍ଷିକ ୪୩ ଲକ୍ଷ ପ୍ୟାକେଜରେ ନିଯୁକ୍ତି ପାଇଲେ ସିଇଟି ଛାତ୍ରୀ

ବାର୍ଷିକ ୪୩ ଲକ୍ଷ ପ୍ୟାକେଜରେ ନିଯୁକ୍ତି ପାଇଲେ ସିଇଟି ଛାତ୍ରୀ
ଭୁବନେଶ୍ୱର: କରୋନା ସଂକଟ ସମୟରେ ଦେଶ ବିଦେଶର ଅନେକ ଓଡ଼ିଆ ଚାକିରି ହରାଉଛନ୍ତି । କିଛି କମ୍ପାନୀର କର୍ମଚାରୀ ଛଟେଇ ଚାଲିଥିବା ବେଳେ କୋଉଠି ଦରମା ମିଳୁନି । ତେବେ ଏଭଳି ସମୟରେ ଭୁବନେଶ୍ୱରସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) କମ୍ପୁ୍ୟଟର ସାଇନସ ବିଭାଗ ଛାତ୍ରୀ ମୁସକାନ ଖେଡ଼ିଆ ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟ କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଭୁବନେଶ୍ୱର ଆଇଆଇଟିର ଛାତ୍ରଛାତ୍ରୀ ବାର୍ଷିକ ୪୦ ଲକ୍ଷରୁ ଅଧିକ ଟଙ୍କା ପ୍ୟାକେଜରେ ଚାକିରି ପାଉଥିବା ରେକର୍ଡ ରହିଛି । କିନ୍ତୁ ପ୍ରଥମ ଥର ଲାଗି ସିଇଟି ଛାତ୍ରୀ ମୁସକାନ ଏଭଳି ସଫଳତା ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । କମ ବୟସରେ ଜୀବନରେ ପ୍ରଥମ ଚାକିରିରେ ଏତେ ବଡ଼ ପ୍ୟାକେଜ ପାଇବା ମୁସକାନଙ୍କ ସଫଳତାର ପ୍ରଥମ ସୋପାନ ପାଲଟିଛି । ସେ ଆଗକୁ ଆହୁରି ଭଲ କରିବେ ବୋଲି ସିଇଟିର ଅଧ୍ୟାପକ ମାନେ ଆଶାବ୍ୟକ୍ତ କରିଛନ୍ତି । ସେହିପରି ମୁସକାନଙ୍କ ବ୍ୟାଚର ହରକିଷନ ସିଂହ ଟାଇମ୍ସ ସ୍କେଲ କମ୍ପାନୀରେ ବାର୍ଷିକ ୩୦ ଲକ୍ଷ ଟଙ୍କାର ନିଯୁକ୍ତି ପାଇଛନ୍ତି । ସଫଳତା ହାସଲ କରିଥିବା ଉକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାତ୍ର ଶୁଭେଚ୍ଛା ଜଣାଇଛନ୍ତି ।