ବାରିପଦା ଜିଲ୍ଲା କଂଗ୍ରେସ ମାଇନରିଟି ସେଲ୍ ର ବୈଠକ.

ବାରିପଦା ଜିଲ୍ଲା କଂଗ୍ରେସ ମାଇନରିଟି ସେଲ୍ ର ବୈଠକ.

ବାରିପଦା ତା ୨୯/୦୯/୨୦୨୨ ରିଖ ଆଜି ବାରିପଦା ଠାରେ ଜିଲ୍ଲା ମାଇନରିଟି ସେଲ୍ ର ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାଇନରିଟି ସେଲ୍ ଓଡ଼ିଶା ଇନଚାର୍ଜ ଶେଖ୍ ଅବଦୁଲ କଲାମ , ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ର ଅଧ୍ୟକ୍ଷ ମହମ୍ମଦ ଜିଆ ଉଲ୍ ହକ ଓ ଶେଖ ଅବଦୁଲ ସାଜିଦ୍ ବାରିପଦା ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ମୟୁରଭଞ୍ଜ ଜିଲ୍ଲା ସଂଖ୍ୟାଲଘୁ ଅଧ୍ୟକ୍ଷ ଶେକ୍ ରଖିମ ଉପଢୋଉକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ଜିଲ୍ଲାରେ ସଂଖ୍ୟାଲଘୁ ସଂଗଠନ କିଭଳି ମଜବୁତ ହେବ ସେ ବିଷୟରେ ସେମାନେ ଦିଗ୍ ଦର୍ଶନ ଦେଇଥିଲେ । ଧର୍ମନିରପେକ୍ଷ ରାଷ୍ଟ୍ର ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଗୁରୁତ୍ୱ ଅନେକ। ଭାଇଚାରା ସୃଷ୍ଟି କରି ଦେଶର ଗଣତନ୍ତ୍ର କୁ ସୁଦୃଢ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ପିସିସି ସଭ୍ୟ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ,ଏସ ଟି ସେଲ୍ ର ନିର୍ମଳ ପ୍ରଧାନ, ଓ୍ବାହିଦା ଏହମ୍ମଦ, ଭାଗିରଥୀ ଘୋଡେ଼ଇ,ସେଖ ଅଫଜର,ସେଖ ପପୁ,ସେଖ ମୁନ୍ନା,ଜାଭେଦ ଅଖତର,ସେଖ ସବଜତ,ସେଖ ବାବୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।