ବାତ୍ୟାରେ ସହାୟତା ପାଇଁ ଡାଏଲ -୧୦୭୦

ବାତ୍ୟାରେ ସହାୟତା ପାଇଁ ଡାଏଲ -୧୦୭୦

ବାତ୍ୟାରେ ସହାୟତା ପାଇଁ ଡାଏଲ -୧୦୭୦


ଭୁବନେଶ୍ୱର: ବାତ୍ୟା ଓ ଲଗାଣ ବର୍ଷା ନେଇ ସମସ୍ୟାରେ ପଡ଼ିଛନ୍ତି କି? ଭୟ କରନ୍ତୁ ନାହିଁ । ଜରୁରୀକାଳୀନ ସହାୟତା ପାଇଁ ଡାଏଲ୍ କରନ୍ତୁ-ଟୋଲ୍ ଫ୍ରି ନମ୍ବର ୧୦୭୦ । ଏହି ନମ୍ବରରେ ଫୋନ୍ କରି ଆପଣ ସହାୟତା ମାଗିପାରିବେ । ରାଜ୍ୟ ସରକାର ତକ୍ରାଳ ସ୍ଥାନୀୟ ପ୍ରଶାସନ ସହାୟତାରେ ଆପଣଙ୍କୁ ସହାୟତା କରିବା ସହ ଉଦ୍ଧାର କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଜରୁରୀକାଳୀନଟୋଲ ଫ୍ରି ନମ୍ବର । ଏହି ନମ୍ବରରେ ଯେଉଁ କୌଣସି ଜିଲ୍ଲାରୁ ଲୋକେ ଫୋନ୍ କଲେ, ତୁରନ୍ତ ରାଜ୍ୟ ଜରୁରୀକାଳୀନ କାର୍ଯ୍ୟାଳୟରୁ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ଖବର ଦିଆଯିବ । ଏହାସହ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ନମ୍ବର ମଧ୍ୟ ମିଳିପାରିବ ।

ବାତ୍ୟାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରସ୍ତୁତି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ା ଜିଲ୍ଲା ପ୍ରଭାବିତ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । ବନ୍ୟା, ଜଳବନ୍ଦୀ, ଭୂସ୍ଖଳନ କିମ୍ବା ପବନ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବା ଆଶଂକା ରହିଛି, ସେହି ଜିଲ୍ଲାରେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 ୪୨ଟି ଓଡ୍ରାଫ୍, ୧୦୨ରୁ ଊଦ୍ଧ୍ୱର୍ ଫାୟାର ସର୍ଭିସ୍ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ରଖାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଆସିଛି ୧୩ଟି ଏନଡିଆରଏଫ୍ ଟିମ୍ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ଟିମ୍ ମୁତୟନ ହେବେ । ଗଜପତି, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବେ । ବାଲେଶ୍ୱର ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯିବ । 

ଏଥିସହ ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା‌ ଆସିପାରେ। ଏପରିକି ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ଭୂସ୍ଖଳନର ବି ଆଶଙ୍କା ରହିଛି। କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ । ତାହାକୁ ଦୃଷ୍ଟିରେ ରଖି ଉକ୍ତ ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ପୁରୀ, ଖୋର୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲ‌ାରେ ପ୍ରବଳ ବର୍ଷାକୁ ନଜରରେ ରଖି ‌ଅରେଞ୍ଜ ୱାର୍ଣ୍ଣିଂ, ବାଲେଶ୍ବର, ଭଦ୍ରକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ମଧ୍ୟ ବର୍ଷା ଲାଗିରହିବ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷାକୁ ନଜରରେ ରଖି ଅରେଞ୍ଜ ଏବଂ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।