ବହିରେ ମୟୂର ଚୂଳ ରଖିବାର ଫାଇଦା ଜାଣନ୍ତୁ!

ବହିରେ ମୟୂର ଚୂଳ ରଖିବାର ଫାଇଦା ଜାଣନ୍ତୁ!

ହିନ୍ଦୁ ଧର୍ମରେ ମୟୂର ଚୂଳକୁ ଶୁଭ ବୋଲି ବିବେଚନା କରାଯାଏ । ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ମୟୂର ଚୂଳ ବା ମୟୂର ଚନ୍ଦ୍ରିକା । ଏହାବାଦ୍‌ ମା' ସରସ୍ୱତୀ, ମା' ଲକ୍ଷ୍ମୀ, ଦେବରାଜ ଇନ୍ଦ୍ର, କାର୍ତ୍ତିକେୟ, ଗଣେଶଙ୍କର ମଧ୍ୟ ପ୍ରିୟ ହେଉଛି ମୟୂର ଚୂଳ । କୁହାଯାଏ, ଘରେ ମୟୂର ଚୂଳ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୁଏ । ତା'ସହ ବହିରେ ମଧ୍ୟ ମୟୂର ଚୂଳକୁ ରଖାଯାଏ । ଏଥିରୁ ମିଳୁଥିବା ଫଳ ବିଷୟରେ ଜାଣିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବହିରେ ମୟୂର ଚୂଳ ରଖିବା ଶୁଭ । ଏହାଦ୍ୱାରା ଛାତ୍ରଙ୍କ ମନ ପଢ଼ାରେ ଲାଗିଥାଏ । ଏହା ଦ୍ୱାରା ଜ୍ଞାନ ବଢେ଼ ଓ ଅଜ୍ଞାନତା ଦୂର ହୁଏ । ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ଓ ସକରାତ୍ମକ ଶକ୍ତି ସଞ୍ଚାର ହୁଏ ଏବଂ ଏକାଗ୍ରତା ବୃଦ୍ଧି ପାଏ ।