ବଲାଙ୍ଗୀରରେ ବନ୍ଦ ପ୍ରଭାବ ଜୋରଦାର

ବଲାଙ୍ଗୀରରେ ବନ୍ଦ ପ୍ରଭାବ ଜୋରଦାର

ବଲାଙ୍ଗୀରରେ ବନ୍ଦ ପ୍ରଭାବ ଜୋରଦାର

ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି ।

ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ପୂରା ଜିଲ୍ଳାରେ। ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି । ବିଜେପି କର୍ମୀମାନେ ରାସ୍ତାରେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି । ଏହି ଘଟଣାରେ ପୁଲିସ ତଦନ୍ତ ଠିକ ବାଟରେ ଯାଉନଥିବା ବିଜେପି ଅଭିଯୋଗ କରିଛି।

ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି । ଆଗକୁ ଆନ୍ଦୋଳନକୁ ଜୋରଦାର କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି। ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି ।

ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ପୂରା ଜିଲ୍ଳାରେ। ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି । ବିଜେପି କର୍ମୀମାନେ ରାସ୍ତାରେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି । ଏହି ଘଟଣାରେ ପୁଲିସ ତଦନ୍ତ ଠିକ ବାଟରେ ଯାଉନଥିବା ବିଜେପି ଅଭିଯୋଗ କରିଛି।

ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି । ଆଗକୁ ଆନ୍ଦୋଳନକୁ ଜୋରଦାର କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି।