ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହେଲେ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା
ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହେଲେ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା
ବଲାଙ୍ଗିର: ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହେଲେ କଣ୍ଟାବାଂଜି ବିଧାୟକ ଓ ଜିଲ୍ଲାପାଳ। କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଏହି ଯୋଜନାର ଅନୁଦାନ କଟାଯାଉଥିବା ଅଭିଯୋଗ ଆଣି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପରେ ବର୍ଷିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। କାହିଁକି ଟଙ୍କା କଟାଯାଉଛି ତାହାର ଜବାବ ମାଗିଥିଲେ ସାଲୁଜା। ଏମିତି କି ଟଙ୍କା କାଟିବା ପାଇଁ ଆପଣ କି କ୍ଷମତା ଅଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ବୈଠକ ସରିବା ପରେ ଏହି ବିଷୟରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ସମୟରେ ମନ୍ତ୍ରୀ ଟୁକୁନି ସାହୁ ବୈଠକରେ ଉପସ୍ଥିତ ଥିଲେ।
କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଜୁ କେବିକେ ଯୋଜନାର ଗାଇଡଲାଇନକୁ ଭାଉଲେଟ୍ କରୁଛନ୍ତି। ସେ ଯାହା ଚାହୁଁଛନ୍ତି, ସେ ନିଜ ଇଚ୍ଛାରେ ଅନୁସାରେ କରୁଛନ୍ତି। ଲୋକ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି। ଏଠି ବ୍ୟୁରୋକ୍ରାଟିକ୍ ଶାସନ ଚାଲିଛି ।
ବିଜୁ କେବିକେ ଯୋଜନା ସେୟାରକୁ ଜିଲ୍ଲାପାଳ ବ୍ଲକ ଗୁଡ଼ିକୁ ଠିକ୍ରେ ଭାବରେ ଦେଉନାହାନ୍ତି ଓ କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀରେ କମ୍ ସ୍କୁଲକୁ ୫ଟି ଅଧିନରେ ନିଆଯାଉଛି ବୋଲି ସାଲୁଜା ଅଭିଯୋଗ କରିଥିଲେ। ତେବେ ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।




admin 