ବର୍ଷା ଦିନେ ପାଦର ଯତ୍ନ

ବର୍ଷା ଦିନେ ପାଦର ଯତ୍ନ

ବର୍ଷା ଦିନେ ପାଦର ଯତ୍ନ
ବର୍ଷା ଦିନେ ଚମଡ଼ା, ଭେଲଭେଟ କିମ୍ବା ଫୋମ୍ରେ ତିଆରି ଜୋତା ପିନ୍ଧନ୍ତୁ ନାହିଁ । ଢ଼ିଲା ଜୋତା ପିନ୍ଧନ୍ତୁ । ଏହା ଦ୍ୱାରା ଓଦା ପାଦ ଶୀଘ୍ର ଶୁଖେ । ପାଦ ସଂକ୍ରମଣରୁ ରକ୍ଷା ମିଳେ । ଜଳନିରୋଧୀ ଜୋତା ମଧ୍ୟ ବ୍ୟବହାର କରିପାରିବେ । ପେଡିକିଅର କରନ୍ତୁ । ପାଦର ସୌନ୍ଦର୍ଯ୍ୟ ମଳିନ ପଡ଼ିବ ନାହିଁ । ପାଦକୁ ଭଲ ଭାବେ ପୋଛି ନେଲ ପଲିସ ରିମୁଭରରେ ନଖ ସଫା କରନ୍ତୁ । ଗରମ ପାଣିରେ ଲୁଣ ପକାଇ କିଛି ସମୟ ବୁଡ଼ାଇ ରଖନ୍ତୁ । ଏହା ଦ୍ୱାରା ପାଦ ନରମ ରହେ, ଫାଟେ ନାହିଁ । ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଦଶ ବାର ବୁନ୍ଦା ମହୁ ଓ ଲେମ୍ବୁ ରସ ପକାଇ ପାଦକୁ କିଛି ସମୟ ବୁଡାଇ ରଖନ୍ତୁ । ଏହା ଦ୍ୱାରା ପାଦକୁ ଆରାମ ଲାଗେ, ଦୁର୍ଗନ୍ଧ ଦୂର ହୁଏ । ପାଦ ଫାଟିବା କମେ । ପାଞ୍ଚ କପ ଉଷୁମ ପାଣିରେ ଏକ କପ କ୍ଷୀର ପକାଇ ପାଞ୍ଚ, ଦଶ ମିନିଟ ଯାଏ ବୁଡ଼ାଇ ରଖନ୍ତୁ । ଶୁଷ୍କ ଓ ମୃତ କୋଷ ବାହାରିଯିବା ସହିତ ପାନ ନରମ ହେବ । ପାଦରେ ଜୀବାଣୁ ପ୍ରତିରୋଧ କ୍ରିମ ମଧ୍ୟ ଲଗାଇପାରିବେ ।