ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟଙ୍କ ରହିତାଦେଶ ଜାରି

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟଙ୍କ ରହିତାଦେଶ ଜାରି

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟଙ୍କ ରହିତାଦେଶ ଜାରି

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାର ଶୁଣାଣି ବେଳେ ଉଭୟ ପକ୍ଷରୁ ଦୁଇରୁ ଅଧିକ ଆଇନଜୀବୀ ରହିପାରିବେ ନାହିଁ ବୋଲି ପରିବାର ଅଦାଲତ ଦେଇଥିବା ଆଦେଶ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।
ଗତ ନଭେମ୍ବର ୩ରେ ପରିବାର ଅଦାଲତ ଦେଇଥିବା ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ବିଚାରପତି ଜଷ୍ଟିସ୍‌ କେ. ଆର୍‌. ମହାପାତ୍ରଙ୍କ ମାମଲାର ଶୁଣାଣି କରି ପରିବାର ଅଦାଲତଙ୍କ ଏହି ଆଦେଶ ଉପରେ ରହିତାଦେଶ ଜାରି କରିବା ସହ ବର୍ଷାଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଛନ୍ତି ।

ଅନୁଭବଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ବିଚାରପତି ଜଷ୍ଟିସ୍‌ କେ.ଆର୍‌. ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଅନୁଭବଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟର ଆଇନଜୀବୀ ଗୀତା ଲୋଥ୍ରା ଏବଂ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।