ବର୍ଷକରେ ୧,୩୭,୧୯୧ ଲୋକଙ୍କ ଜୀବନ ନେଲାଣି ହାଇୱେ ଦୁର୍ଘଟଣା
ବର୍ଷକରେ ୧,୩୭,୧୯୧ ଲୋକଙ୍କ ଜୀବନ ନେଲାଣି ହାଇୱେ ଦୁର୍ଘଟଣା
ନୂଆଦିଲ୍ଲୀ: ୨୦୧୯ କ୍ୟାଲେଣ୍ଡର ବର୍ଷରେ ବିଭିନ୍ନ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସରେ ୧,୩୭,୧୯୧ ଜଣ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ସରକାର ସଂସଦରେ ସୂଚନା ଦେଇଛନ୍ତି । ଏଥିସହ ୨୦୧୮ ରେ ଉଭୟ ତ୍ୱରିତ ଓ ଜାତୀୟ ରାଜପଥରେ ଦୁର୍ଘଟଣାରେ ୧,୪୦,୮୪୩ ଜଣ ଲୋକଙ୍କ ମୃତୁ୍ୟ ହୋଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକାରୀ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ । ମନ୍ତ୍ରୀ କହିଲେ ଯେ, ୩,୪୦୦ ଜାତୀୟ ରାଜପଥକୁ ୬-ଲେନ ବା ତା ଠାରୁ ଅଧିକ ସଂରଚନା କରାଯାଇ ସାରିଛି । ବାକି ୬,୨୫୦ କିମି ଜାତୀୟ ରାଜପଥକୁ ୬ ଲେନ ବିଶିଷ୍ଟ ବା ଅଧିକ କରିବା କାର୍ଯ୍ୟ ଆଗେଇ ଚାଲିଛି । ଏଥିସହ ସାରା ଦେଶରେ ବାକି ୧,୮୭୦ କିମି ଜାତୀୟ ରାଜପଥକୁ ୪-ଲେନରୁ ୬-ଲେନ ବା ଅଧିକ କରିବା ପାଇଁ ଯୋଜନା କରାଯାଇଛି ।




admin 