ବାତ୍ୟାର ତାଜା ସୂଚନା ଜାଣନ୍ତୁ
ବାତ୍ୟାର ତାଜା ସୂଚନା ଜାଣନ୍ତୁ

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ତେବେ ବାତ୍ୟାର ପ୍ରଭାବ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବନାହିଁ । ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୨ ମିିମି ବର୍ଷା ରେକର୍ଡ କରାଯାଇଛି । ପୁରୀ,ଗୋପାଳପୁରରେ ୪୫ ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ଅଧିକ ବର୍ଷା ହେବ । ଆସନ୍ତାକାଲି ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକକ ରହିବ । ସେହିପରି ଟୁଇନ ସିଟିରେ ଆଜି ଓ କାଲି ମେଘୁଆ ପାଗ ରହିବ । ମଝିରେ ମଝିରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ ଆଜି ରାତିରେ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଆଜି ସକାଳୁ ଜୱାଦ ମୋଡ଼ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଗତି ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ମୁହାଁ ହେବ । ଗତି ପରିବର୍ତ୍ତନ ସହ କ୍ରମଶଃ ଦୁର୍ବଳ ହେବ ବାତ୍ୟା । କାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ । ସର୍ବାଧିକ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଥିବା ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରିବ ବାତ୍ୟା ଜୱାଦ । ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ଜୱାଦ ଦୁର୍ବଳ ହୋଇଯିବ । ପୁରୀ ଉପକୂଳରେ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ। ଗଭୀର ଅବପାତ ବେଳେ ପନବର ବେଗ ସର୍ବାଧିକ ୭୦ କିମି ରହିବ । ଫଳରେ ବାତ୍ୟାର ପ୍ରଭାବ ଯେମିତି ପଡ଼ିବା କଥା ସେମିତି ନପଡ଼ିପାରେ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।