ବନ୍ଦ ହୋଇପାରେ ପିପିଲି ଉପନିର୍ବାନ

ବନ୍ଦ ହୋଇପାରେ ପିପିଲି ଉପନିର୍ବାନ

ବନ୍ଦ ହୋଇପାରେ ପିପିଲି ଉପନିର୍ବାନ
ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ । ଆସନ୍ତା ୧୭ ତାରିଖରେ ପିପିଲି ପାଇଁ ଭୋଟ ଗ୍ରହଣ ହୋଇଥାନ୍ତା । ନିର୍ବାଚନ ତିନି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଦେହାନ୍ତ ଘଟିଛି । ପ୍ରାର୍ଥୀ ଦେହାନ୍ତ ଯୋଗୁଁ ବନ୍ଦ ହୋଇପାରେ ଉପନିର୍ବାଚନ । ନିର୍ବାଚନ ବନ୍ଦ ନେଇ ନିର୍ବାଚନ କମିଶନ ଘୋଷଣା କରିପାରନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାର ବେଳେ ସ୍ୱର୍ଗତ ମଙ୍ଗରାଜ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଡେଲାଙ୍ଗ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସ୍ଥିତିରେ କିଛି ଉନ୍ନତି ନହେବାରୁ ପରବର୍ତୀ ସମୟରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସଦତମ ସୂଚନାନୁଯାୟୀ ଆପୋଲୋରେ କରୋନା ସହ ଲଢି ତାଙ୍କର ମୃତୁ୍ୟ ଘଟିଛି । ଆସନ୍ତା ୧୭ରେ ପିପିଲିରେ ଉପନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଚାର ପାଇଁ ହାତରେ ମାତ୍ର ୨୪ ଘଂଟା ସମୟ ଥିଲା । ତେବେ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ନିର୍ବାଚନ ପୂର୍ବରୁ ଯଦି କୌଣସି ପ୍ରାର୍ଥୀଙ୍କ ବିୟୋଗ ହୋଇଥାଏ । ସେ କ୍ଷେତ୍ରରେ ନିର୍ବାଚନ ଘୁଂଚିଥାଏ । ଏନେଇ ଇସିଆଇ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ନିର୍ବାଚନ ଘୁଂଚିବା ଏକରକମ ସ୍ପଷ୍ଟ ହୋଇଯାଇଛି ।