ବନ୍ଦ ରହିବ ଭାରତ ଯୋଡୋ ଯାତ୍ରା
ବନ୍ଦ ରହିବ ଭାରତ ଯୋଡୋ ଯାତ୍ରା
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ଗତକାଲି ଦିଲ୍ଲୀରେ ପହଞ୍ଚିଥିଲା । ସେଠାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରବର୍ଟ ଭଦ୍ରା ଓ ଅଭିନେତା କମଲ ହାସନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ସାମିଲ ହୋଇଥିଲେ । ଆଜିଠାରୁ ଭାରତ ଯୋଡୋ ଯାତ୍ରା ୯ଦିନ ଅର୍ଥାତେ ଅସନ୍ତା ବର୍ଷ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।
ବଡ ଦିନ ଓ ନୂଆବର୍ଷ ଉପଲକ୍ଷେ ଯାତ୍ରାକୁ ବନ୍ଦ ରଖାଯାଇଛି । ଆସନ୍ତା ଜାନୁଆରୀ ୩ ତାରିଖରେ ଗାଜିଆବାଦରୁ ପୁଣି ଏହି ଯାତ୍ରା ଆରମ୍ଭ ହୋଇ ଲୋନି ସରୀମା ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ସେଠାରୁ ଜାନୁଆରୀ ୪ରେ ବାଗପତ, ୫ରେ ସାମଲି ଏବଂ ୬ରେ କୈରାନ ଦେଇ ହରିଆଣାର ସୋନିପତରେ ପ୍ରବେଶ କରିବ । ସେଠରୁ ଭାରତ ଯୋଡୋ ଯାତ୍ରା ପଞ୍ଜବ ଦେଇ ଜମ୍ମୁ-କାଶ୍ମୀର ଅଭିମୁଖେ ଯିବ ।




admin 