ବଢ଼ିବ ଅଣ୍ଡା ଦର, ସରକାର ଡାକିଲେ ବୈଠକ

ବଢ଼ିବ ଅଣ୍ଡା ଦର, ସରକାର ଡାକିଲେ ବୈଠକ

ବଢ଼ିବ ଅଣ୍ଡା ଦର, ସରକାର ଡାକିଲେ ବୈଠକ

ଭୁବନେଶ୍ୱର : ଅଣ୍ଡା ଦର ବୃଦ୍ଧି ପାଇବ  । ଅଣ୍ଡା ଦର ବୃଦ୍ଧି ନେଇ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି  । ବୈଠକରେ ଏନେଇ ଆଲୋଚନା ହୋଇଥିବାବେଳେ ଅଣ୍ଡା ଦର ବୃଦ୍ଧି ନେଇ ଖୁବଶୀଘ୍ର ଏନଇସିସି କର୍ତୃପକ୍ଷ ନିଷ୍ପତି ନେବେବୋଲି ଜାଣିବାକୁ ମିଳିଛି  । 

ସୂଚନାଯୋଗ୍ୟଯେ, ରାଜ୍ୟରେ ପ୍ରାୟ ୨୦୦ ବଡ଼ବଡ଼ ଲେୟର ଫାର୍ମ ରହିଛି  । ତେବେ ଏନଇସିସି ଅଣ୍ଡା ମୂଲ୍ୟ କମ ରଖୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି  । ଗୋଟିଏ ଅଣ୍ଡା ଉତ୍ପାଦନ ପାଇଁ ୪ ଟଙ୍କା ୭୦ ପଇସା ଖର୍ଚ୍ଚ ହେଉଥିବାବେଳେ ଚାଷୀମାନେ ୩ ଟଙ୍କା ୭୫ରୁ ୩ ଟଙ୍କା ୮୦ ପଇସାରେ ଅଣ୍ଡା ବିକ୍ରି କରୁଛନ୍ତି  । କୁକୁଡ଼ା ଖାଦ୍ୟ ଓ ଚିଅାଁ ମୂଲ୍ୟ ବଢ଼ୁଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି  । ଅନେକ ଚାଷୀ ଦେବାଳିଆ ହୋଇଯାଇଥିବାବେଳେ ଫାର୍ମ ବନ୍ଦ କରିବା ପାଇଁ ବି ବାଧ୍ୟ ହୋଇଛନ୍ତି  । ଏନେଇ ଓଡ଼ିଶା ଲେୟର ଫାର୍ମସ ଆସୋସିଏନ ପକ୍ଷରୁ ଆନ୍ଦୋଳନ କରାଯାଇଛି  । ଅଧ୍ୟକ୍ଷ ମାନସ ମଙ୍ଗରାଜ ଏନେଇ ତୁରନ୍ତ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି  ।

ଅପରପକ୍ଷରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି  । ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ସଚିବ ଜି.ରଘୁ, ଓଲଫା ଅଧ୍ୟକ୍ଷ ମାନସ ମଙ୍ଗରାଜ, ଏନଇସିସିର ସିଓଓ ଏସ କୁମାର ପ୍ରମୁଖ ଉପସ୍ଥିତ ଥିଲେ  । ଏନଇସିସି ଏନେଇ ସମୟ ନେଇଥିବାବେଳେ ଅଣ୍ଡା ଦର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି  ।