ବଡ ଖବର : ସାରା ରାଜ୍ୟରେ ନାଇଟ କର୍ଫୁ୍ୟ
ବଡ ଖବର : ସାରା ରାଜ୍ୟରେ ନାଇଟ କର୍ଫୁ୍ୟ
admin
Apr 15, 2021 - 12:46
Updated: Apr 15, 2021 - 12:46
ଭୁବନେଶ୍ୱର: ଦେଶରେ ଚାଲିଛି କରୋନାର ସଂକ୍ରମଣର ଦ୍ୱିତୀୟ ଢେଉ । ଏହି ଦ୍ୱିତୀୟ ଢେଉରେ କରୋନାର କରାଳ ରୂପ ମଧ୍ୟ ଦେଖିବାକୁ ମିଳୁଛି । କରୋନାର ପ୍ରଥମ ଲହର ଠାରୁ କରୋନା ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ମାଡି ମାଡି ଲାଗିଛି । ଆଜି ଦେଶରୁ ୨ ଲକ୍ଷ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା ରାଜ୍ୟରେ ମଧ୍ୟ ୨୯୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ କରୋନା ମାଡି ମାଡି ଚାଲିଛି । ଏହାରି ଭିତରେ ଆସିଲା ଏକ ବଡ ଖବର । ତାହା ହେଲା କରୋନା କଟକଣା ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା । ୧୦ ଜିଲ୍ଲାରେ ନାଇଟ କର୍ଫୁ୍ୟ ସମୟ ପରିବର୍ତନ କରାଗଲା । ୧୦ ଜିଲ୍ଲାର ସମସ୍ତ ସହରାଂଚଳରେ ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫୁ୍ୟ ବଳବତର ରହିବ । ସଂପୃକ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡଉନ ଘୋଷଣା କରାଯାଇଛି । ଶନିବାରଠାରୁ ୧୦ ଜିଲ୍ଲାର ସହରାଂଚଳ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ପ୍ରତି ଶନିବାର ଓ ରବିାବର ଦିନ ସଟଡାଉନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟ ସମସ୍ତ ୨୦ ଜିଲ୍ଲାର ସହରାଂଚଳରେ ମଧ୍ୟ ନାଇଟ କର୍ଫୁ୍ୟ ଲାଗୁ କରାଯିବ । ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ ନାଇଟ କର୍ଫୁ୍ୟ । କାଲିଠାରୁ କଟକ, ଭୁବନେଶ୍ୱର ସହ ସବୁ ସହରରେ ନାଇଟ୍ କର୍ଫୁ୍ୟ ଲାଗୁ କରାଯିବ । ନାଇଟ କର୍ଫୁ୍ୟ ରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ନିଜ ପରିଚୟ ପତ୍ର ଦେଖାଇ ଅତ୍ୟାବଶ୍ୟକ ସେବା କର୍ମଚାରୀ ଯାଇ ପାରିବେ । ଅତ୍ୟାବଶ୍ୟକ ମାଲ ପରିବହନ କାର୍ଯ୍ୟ ମଧ୍ୟ ଚାଲୁ ରହିବ । କୌଣସି ଧାର୍ମିକ, ରାଜନୈତିକ ସମାବେଶ କରାଯାଇ ପାରିବ ନାହିଁ । ରାଜନୈତିକ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବନ୍ଦ ଘୋଷଣା କରାଯାଇଛି । ମାସ୍କ ନପିନ୍ଧିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି ।