ବଡ ଖବର : ଭାରତକୁ ଆସିଲା ସ୍ପୁଟନିକ-ଭି ଟିକା

ବଡ ଖବର : ଭାରତକୁ ଆସିଲା ସ୍ପୁଟନିକ-ଭି ଟିକା

ବଡ ଖବର : ଭାରତକୁ ଆସିଲା ସ୍ପୁଟନିକ-ଭି ଟିକା
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂପ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୪ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୪ ଲକ୍ଷ ୧ ହଜାର ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୫୨୩ ଜଣ ମୃତୁ୍ୟବରଣ କରିଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଭାରତରେ ପହଂଚିଲା ଋଷ ଟିକା ସ୍ପୁଟନିକ-ଭି । ହାଇଦ୍ରାବାଦ ବିମାନ ବନ୍ଦରରେ ସ୍ପୁଟନିକ-ଭି ଟିକା ପହଂଚିଲା । ରୁଷିଆରୁ ପ୍ରଥମ ବ୍ୟାଚ୍ ସ୍ପୁଟନିକ-ଭି ଭାରତରେ ପହଂଚିଲା ।