ବୁଡିଗଲା ଏଲଆଇସି ଟଙ୍କା
ନୂଆଦିଲ୍ଲୀ : ଆଦାନି ଗ୍ରୁପର ସୂଚୀବଦ୍ଧ କମ୍ପାନୀ ଗୁଡ଼ିକରେ ଏଲଆଇସି ନିବେଶ କରିଥିଲା । ନିବେଶ ଉପରେ ୪୯,୭୨୮ କୋଟି ଟଙ୍କାର କ୍ଷତି ହୋଇଛି । ଏହି କମ୍ପାନୀ ଗୁଡ଼ିକ ହେଲା ଆଦାନି ଏଂଟରପ୍ରାଇଜେସ, ଆଦାନି ଗ୍ରୀନ ଏନର୍ଜୀ , ଆଦାନି ପୋର୍ଟ୍ସ , ଆଦାନି ଟୋଟଲ ଗ୍ୟାସ , ଆଦାନି ଟ୍ରାନ୍ସମିସନ, ଅମ୍ବୁଜା ସିମେଂଟ ଓ ଏସିିସି ରହିଛି । ୨୦୨୨ ଡ଼ିସେମ୍ବର ୩୧ ସୁଦ୍ଧା ଆଦାନି ଗ୍ରୁପର କମ୍ପାନୀଗୁଡ଼ିକରେ ଏଲଆଇସିର ୮୨,୯୭୦ କୋଟି ଟଙ୍କା ଥିଲା । ଯାହା ଏବେ କମି ୩୩,୨୪୨ କୋଟି ଟଙ୍କା ହୋଇଛି ।
୨୦୨୨ ଡ଼ିସେମ୍ବର ୩୧ରେ ଆଦାନି ସେୟାର ଗୁଡ଼ିକରେ ବଜାର ମୂଲ୍ୟ ଓ ବର୍ତ୍ତମାନର ବଜାର ମୂଲ୍ୟ ବ୍ୟବଧାନ ଉପରେ ଏହା ଆଧାରିତ । ଏହା ପୂର୍ବରୁ ଜାନୁଆରୀ ୩୦ରେ ଏଲଆଇସି ସେୟାର ବଜାରକୁ କହିଥିଲା ଯେ ଆଦାନୀ ଗ୍ରୁପର କମ୍ପାନୀ ଗୁଡ଼ିକରେ ଏହାର ଅଂଶଧନ ଜାନୁଆରୀ ୨୭ରେ ୫୬,୧୪୨ କୋଟି ଟଙ୍କା ଥିଲା । ୨୦୨୨ ଡ଼ିସେମ୍ବର ସୁଦ୍ଧା ମୋଟ ଇକ୍ୱିଟି ସମ୍ପତ୍ତି ୧୦.୯୧ ଲକ୍ଷ କୋଟି ଟଙ୍କା ରହିଥିଲା ।




admin 