ଫେବ୍ରୁଆରିରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଂ କାମ

ଫେବ୍ରୁଆରିରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଂ କାମ

ଫେବ୍ରୁଆରିରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଂ କାମ
ରନୱେ ରିକାର୍ପେଟିଂ କାର୍ଯ୍ୟ ଲାଗି ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ହେବନାହିଁ ଏବଂ ପୂର୍ବବତ ବିମାନ ଚଳାଚଳ ଜାରି ରହିବ ବୋଲି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଂ କାମ ଆରମ୍ଭ ହେବ ଏବଂ ୮ରୁ ୧୦ ମାସ ଧରି ଏହି କାମ ଚାଲିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ରାତିରେ ଏହି କାମ କରାଯିବ କିନ୍ତୁ ଶେଷ ପର୍ଯ୍ୟାୟରେ ପାଖାପାଖି ୨ରୁ ୩ମାସ ପାଇଁ ଦିନ ବେଳା ଏହି ରିକାର୍ପେଟିଂ କାମ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଭି.ଭି.ରାଓ । ସେ କହିଛନ୍ତି କି, ବିମାନବନ୍ଦରର ରନୱେ ରିକାର୍ପେଟିଂ କାମ ପାଇଁ ବିମାନ ଚଳାଚଳ ସେବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଏଥିପାଇଁ ବିଭିନ୍ନ ବିମାନ ପରିବହନ କଂପାନିଙ୍କ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ । ଫଳରେ ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।