ଫାଣ୍ଡି ଅଧିକାରୀଙ୍କ ସହ ୨ କନେଷ୍ଟବଳ ନିଲମ୍ବିତ, ଜାଣନ୍ତୁ କାହିଁକି
ଫାଣ୍ଡି ଅଧିକାରୀଙ୍କ ସହ ୨ କନେଷ୍ଟବଳ ନିଲମ୍ବିତ, ଜାଣନ୍ତୁ କାହିଁକି
ବୌଦ୍ଧ : ବୌଦ୍ଧ ଗଞ୍ଜେଇ କାରବାର ସମ୍ପୃକ୍ତିରେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ସେମାନଙ୍କୁ ନିଲମ୍ଵିତ କରିଛନ୍ତି। ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ୍ ସହ ୧୬ କିଲୋ ଗଞ୍ଜେଇ ଧରିଥିଲେ। ଆସାମୀକୁ ଛାଡିବା ସହ ଗଞ୍ଜେଇ ନିଜ ସରକାରୀ କ୍ୱାର୍ଟରରେ ରଖିଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ବଘିଆପଡ଼ା ଫାଣ୍ଡି ଅଞ୍ଚଳ ବେରେଡାବେରି ଛକ ନିକଟରୁ ଜଣେ ଯୁବକ ଗଞ୍ଜେଇ ନେଇ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ବାଇକଟିକୁ ଅଟକାଇଥଲେ । ସେଥିରେ ଗଞ୍ଜେଇ ଥିବା ଦେଖି ତାଙ୍କୁ ଫାଣ୍ଡିକୁ ନେଇ ଆସିଥିଲେ। ହେଲେ ସେଠାରେ ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ କରି ବେପାରୀ ଜଣକୁ ଛାଡି ଦେଇଥିବା ବେଳେ ଗଞ୍ଜେଇକୁ ଏବଂ ତାଙ୍କ ବାଇକ୍ କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ ।




admin 