ଫସି ରହିଥିବା ବିଦେଶୀ ଛାଡ଼ି ପାରିବେ ଆଫଗାନିସ୍ତାନ, ଖୋଲିବ କାବୁଲ ବିମାନବନ୍ଦର
ଫସି ରହିଥିବା ବିଦେଶୀ ଛାଡ଼ି ପାରିବେ ଆଫଗାନିସ୍ତାନ, ଖୋଲିବ କାବୁଲ ବିମାନବନ୍ଦର
କାବୁଲ : ୨୦୦ ଆମେରେକୀୟଙ୍କ ସମେତ ଆଫଗାନିସ୍ତାନରେ ଫସି ରହିଥିବା ଅନ୍ୟ ବିଦେଶ ନାଗରିକ ଆଫଗାନିସ୍ତାନ ଛାଡ଼ି ପାରିବେ। ଏପରି ଅନୁମତି ଦେଇଛି ତାଲିବାନ ସରକାର। ଅନୁମତି ଦେବାପରେ ସେମାନଙ୍କ ବିମାନ କାବୁଲ ବିମାନବନ୍ଦରରୁ ଉଡ଼ିବ। ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଜଲମେ ଖଲିଜାଦଙ୍କ କଥାରେ ତାଲିବାନ ସରକାର ଏଥିପାଇଁ ରାଜି ହୋଇଛନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି । ତେବେ ମଜର ଇ ସରିଫରେ ଫସିଥିବା ଆମେରିକା ନାଗରିକ ଏମାନଙ୍କ ମଧ୍ୟରେ ସାମିଲ କି ନା ତାହା ଜଣାପଡ଼ିନି । ସମସ୍ତ ଯାତ୍ରୀଙ୍କ ନିକଟରେ ବୋର୍ଡିଂ ପାସ ଏବଂ ଟିକେଟ ଅଛି । ଗୋଟିଏ ବିମାନ ଉଡ଼ିବ ଏବଂ ଆଜି ଆଉ ଏକ ବିମାନ ଉଡ଼ିବ । ଅନ୍ୟପକ୍ଷେ କତାର, ତୁର୍କୀ, ଏବଂ ୟୁଏଇର ସହଯୋଗ ଦ୍ୱାରା ଆସନ୍ତା ୩ ଦିନ ମଧ୍ୟରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ିବ ବୋଲି କୁହାଯାଉଛି । ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଫଗାନ ଇଂଜିନିୟରଙ୍କ ସହ କତାର ଏବଂ ତୁର୍କୀର ଟେକନିକାଲ ଟିମ କାମ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କତାର ଏବଂ ୟୁଏଇ ଦ୍ୱାରା ବଡ଼ ସ୍କ୍ରିନ, କମ୍ପ୍ୟୁଟର୍, ସ୍କାନର ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସବୁ ଦିଆଯାଇଛି । ଆମେରିକାର ଉଦ୍ଧାର କାର୍ୟ୍ୟ ମଧ୍ୟରେ କାବୁଲ ବିମାନବନ୍ଦରରେ ୨ କୋଟି ଡଲାର ମୂଲ୍ୟର କ୍ଷତି ହୋଇଛି।




admin 