ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ, ଜାଣନ୍ତୁ କାହିଁକି ?

ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ,  ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଜୟପୁର୍ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଜଣଙ୍କୁ ଗତକାଲି ନିଲମ୍ବିତ କରିଛନ୍ତି।


ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ହେଲେ ଫରେଷ୍ଟର ଓ ରେଞ୍ଜର ଏହି ଆଦିବାସୀଙ୍କୁ ଟଙ୍କା ଦେବା ପାଇଁ ସେମାନଙ୍କଠାରୁ କିଛି ଟଙ୍କା ନେଉଥିଲେ। ଏହାସହ କେନ୍ଦୁ ପତ୍ର ତୋଳାଳିଙ୍କୁ ହଇରାଣ କରୁଥିଲେ। ଏନେଇ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ କରି ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି।