ଫିନାଇଲ ପିଇଦେଲେ କନେଷ୍ଟବଳ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନାରେ କାର୍ୟ୍ୟରତ ପୁଲିସ କନେଷ୍ଟବଳ ନିଶାମଣି ରାଉତ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଶନିବାର ସନ୍ଧ୍ୟାରେ ନିଶାମଣି ଫିନାଇଲ ପିଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିପାରି ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଢେଙ୍କାନାଳରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
କନେଷ୍ଟବଳ ନିଶାମଣିଙ୍କ ଘର ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ବାଇଁଶିଆ ଗ୍ରାମରେ। ସେ ଦୀର୍ଘ ଦିନ ଧରି କଙ୍କଡ଼ାହାଡ଼ ଥାନାରେ କାର୍ୟ୍ୟ କରୁଛନ୍ତି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ନିଶାମଣି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ ପ୍ରକାଶ ପାଇଛି । ଏନେଇ ପୁଲିସରେ କୌଣସି ଅଭିଯୋଗ ହୋଇନାହିଁ।




admin 