ପ୍ରେମ ସପ୍ତାହରେ ପ୍ରେମ ଚଢେଇଙ୍କ ଆତ୍ମହତ୍ୟା, ପ୍ରେମିକଙ୍କ ଆତ୍ମହତ୍ୟା ଖବର ପାଇ ଜୀବନ ହାରିଲେ ପ୍ରେମିକା

ପ୍ରେମ ସପ୍ତାହରେ ପ୍ରେମ ଚଢେଇଙ୍କ ଆତ୍ମହତ୍ୟା, ପ୍ରେମିକଙ୍କ ଆତ୍ମହତ୍ୟା ଖବର ପାଇ ଜୀବନ ହାରିଲେ ପ୍ରେମିକା

ପ୍ରେମ ସପ୍ତାହରେ ପ୍ରେମ ଚଢେଇଙ୍କ ଆତ୍ମହତ୍ୟା, ପ୍ରେମିକଙ୍କ ଆତ୍ମହତ୍ୟା ଖବର ପାଇ ଜୀବନ ହାରିଲେ ପ୍ରେମିକା
ବାଲିକୁଦା: ପ୍ରେମ ପାଇଁ ଯାଇଛି ଦୁଇ ଜଣକ ଜୀବପ । ଏମିତି ଏକ ସମ୍ବେଦନଶୀଳ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲିକୁଦା ଥାନା ଅଞ୍ଚଳରେ । ପ୍ରେମରେ ଅସଫଳ ହେବା ଆଶଙ୍କାରେ ପ୍ରେମିକ ପ୍ରଥମେ ରଶିଲଗାଇ ଆତ୍ମହତ୍ୟା କରିଥିବା ବେଳେ, ପ୍ରେମିକର ମୃତ୍ୟୁ ଖବର ପାଇ ପ୍ରେମିକା ରଶିରେ ଝୁଲିପଡ଼ି ଜୀବନ ହାରି ଦେଇଛନ୍ତି । ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ମୃତକଦୁହେଁ ହେଉଛନ୍ତି କୃଷ୍ଣଦାସପୁର ପଞ୍ଚାୟତ ବାରିପଡ଼ା ଗାଁର ଉପେନ୍ଦ୍ର ସ୍ୱାଇଁ ପୁଅ ଲିଟୁ ଓରଫ ଜିଜ୍ଞସା ମହାରଣା । ଲିଟୁ ଜଗତସିଂହପୁର ଥାନା କାଦୁଅପଡ଼ା ପଞ୍ଚାୟତୀ ପଳାସହୁଡ଼ା ଠାରେ ଥିବା ନିକାଞ୍ଚନ ସ୍ଥାନରେ ଏକ ପଳାଶ ଗଛରେ ରଶି ବାନ୍ଧି ଝୁଲି ଥିବା ବେଳେ, ସୁଇଟି ନିଜ ଘରେ ଫ୍ୟାନରେ ଗାମୁଛା ବାନ୍ଧି ଝୁଲି ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ଥାନା ଓ ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଦୁଇଟିକୁ ଜବତ କରିବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି । ପୁଲିସ ଓ ଅଞ୍ଚଳବାସୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ଲିଟୁ ଓ ସୁଇଟିଙ୍କ ମଧ୍ୟରେ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଲୁଚାଛପାରେ ଉଭୟ କେତେବେଳେ କେମିତି ଦେଖାଚାହାଁ ହୋଇ କଥାବାର୍ତ୍ତା ହେଉଥିଲେ । ଉଭୟଙ୍କ ଘର ଗୋଟିଏ ପଞ୍ଚାୟତରେ ବୋଲି ଜଣାପଡ଼ିଛି ।