ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାରେ ତୈଳ ଉଦ୍ୟୋଗ ପକ୍ଷରୁ ବ୍ୟାପକ ନାଗରିକ ସୁବିଧା

ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାରେ ତୈଳ ଉଦ୍ୟୋଗ ପକ୍ଷରୁ ବ୍ୟାପକ ନାଗରିକ ସୁବିଧା

ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାରେ ତୈଳ ଉଦ୍ୟୋଗ ପକ୍ଷରୁ ବ୍ୟାପକ ନାଗରିକ ସୁବିଧା
ଢେଙ୍କାନାଳସ୍ଥିତ ଜୋରନ୍ଦାଠାରେ ଆରମ୍ଭ ହୋଇଥିବା ମାଘ ମେଳାରେ ପରିମଳ, ପାନୀୟ ଜଳ, ବିଶ୍ରାମାଗାର, ମେଡ଼ିକାଲ ସୁବିଧା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ଦିଗରେ ତୈଳ ଉଦ୍ୟୋଗଗୁଡ଼ିକ ଆଗେଇ ଆସିଛନ୍ତି । କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାଠାରେ ମାଳ ମେଳା ଖୁବ ବଡ ଆକାରରେ ଆୟୋଜନ କରା ଯାଇଥାଏ । ଏଥିରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ସହିତ ହଜାର ହଜାର ସଂଖ୍ୟାରେ ସାଧୁ- ସନ୍ଥମାନେ ଯୋଗ ଦେଇଥାନ୍ତି । ପାଞ୍ଚ ଦିନ ଧରି ଚାଲୁଥିବା ଏହି ମାଘ ମେଳାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥାନ୍ତି । ମହିମା ସମ୍ପ୍ରଦାୟର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହୋଇଥିବା କାରଣରୁ ଏହି ମେଳାରେ ଓଡ଼ିଶା ସମେତ, ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ସମେତ ଦେଶର ଅନ୍ୟାନ୍ୟ ରାଜ୍ୟର ଭକ୍ତ ମାନେ ସାମିଲ ହୋଇଥାନ୍ତି । ଏହି ପବିତ୍ର ମେଳା ଚଳିତ ବର୍ଷ ୬ ଫେବୃୟାରୀ ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ ।