ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନ୍‌‌ ହସ୍ପିଟାଲରେ ଭର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନ୍‌‌ ହସ୍ପିଟାଲରେ ଭର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନ୍‌‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନ୍‌‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଥମ ରିପୋର୍ଟ ଅନୁଯାୟୀ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ଆଜି ଦିନ ୩ଟାରେ ଅହମ୍ମଦାବାଦରେ ପହଞ୍ଚିବେ।


ସୂଚନା ଯୋଗ୍ୟ, ପ୍ରଧାନମନ୍ତ୍ରୀ ଗୁଜରାଟ ନିର୍ବାଚନରେ ମତଦାନ କରିବା ସମୟରେ ଡିସେମ୍ବର ୪ରେ ଗାନ୍ଧୀନଗରରେ ମାଆ ହୀରାବେନଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ ନିଜ ମାଆଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଥିଲେ। ଏହାସହ ତାଙ୍କ ସହ ବସି ଚା’ ମଧ୍ୟ ପିଇଥିଲେ। ଗୁଜରାଟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମାଆ ହୀରାବେନଙ୍କ ସହ ୧୮ ଜୁନ୍‌‌ରେ ତାଙ୍କ ୧୦୦ ତମ ଜନ୍ମଦିବସରେ ସାକ୍ଷାତ କରିଥିଲେ।


ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୧୧ ଓ ୧୨ ମାର୍ଚ୍ଚରେ ଗୁଜରାଟ ଗସ୍ତ ସମୟରେ ୧୧ ମାର୍ଚ୍ଚରେ ରାତି ୯ଟାରେ ମାଆଙ୍କ ସହ ସାକ୍ଷାତ କରି ଗାନ୍ଧୀନଗର ପହଞ୍ଚିଥିଲେ ଓ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମାଆଙ୍କ ସହ ଖେଚେଡି ଖାଇଥିଲେ।