ପ୍ରଦୀପ୍ତ ନାୟକଙ୍କୁ ଭେଟିଲେ ବାଚସ୍ପତି
ପ୍ରଦୀପ୍ତ ନାୟକଙ୍କୁ ଭେଟିଲେ ବାଚସ୍ପତି
ଭୁବନେଶ୍ୱର: ପୂର୍ବତନ ବିରୋଧୀ ଦଳ ନେତା ତଥା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ଭେଟିଲେ ବାଚସ୍ପତି, ମନ୍ତ୍ରୀ ଏବଂ ବିଧାୟକ । କରୋନାର ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ରହିଛନ୍ତି ପ୍ରଦୀପ୍ତ ନାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲା ଓଡିଶା ବିଧାନସଭାର ଏକ ଟିମ୍ । ଏହି ଟିମ୍ ପ୍ରଦୀପ୍ତ ନାୟକଙ୍କୁ ଭେଟିଛନ୍ତି । ଭେଟିବା ବେଳେ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ବାଚସ୍ପତି, ମନ୍ତ୍ରୀ ଏବଂ ବିଧାୟକମାନେ ପଚାରି ବୁଝିଥିଲେ । ପ୍ରଦୀପ୍ତ ନାୟକ ଅସୁସ୍ଥ ରହୁଥିବାରୁ ନିକଟରେ ସେ ଲୋକସଭାକୁ ଯାଇ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇଥିଲେ ।