ପ୍ରକାଶ ପାଇଲା ଅଫ୍ଲାଇନ୍ +୨ ପରୀକ୍ଷାଫଳ
ପ୍ରକାଶ ପାଇଲା ଅଫ୍ଲାଇନ୍ +୨ ପରୀକ୍ଷାଫଳ
ଭୁବେନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ୧୧ଟା ରେଜଲ୍ଟ ପ୍ରକାଶ ପାଇଛି । ଅକ୍ଟୋବର ୧ ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ ।
ଚଳିତ ବର୍ଷ କରୋନା ମହାମାରୀ ଭୟ ଯୋଗୁଁ ବିକଳ୍ପ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ ।
ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଥରେ ଅଫଲାଇନରେ ପରୀକ୍ଷା ଦେବାକୁ ମଧ୍ୟ ଏକ ବିକଳ୍ପ ରଖାଯାଇଥିଲା ।
ଗତକାଲି ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଉଥିଲା କିନ୍ତୁ କୌଣସି କାରଣ ପାଇଁ କାଲି ପ୍ରକାଶ ପାଇନଥିଲା । ତେବେ ଆଜି ଅଫଲାଇନରେ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ୧୩ହଜାର ୪୩ ଜଣ ପରୀକ୍ଷାର୍ଥୀ ଅଫଲାଇନରେ ପରୀକ୍ଷା ଦେବା ପାଇଁ ପଞ୍ଜିକୃତ କରିଥିଲେ । www.orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।




admin 