ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା

ରାଉରକେଲା : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କ.ବଲାଙ୍ଗ ଥାନା ଖଡିଆବାହାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ମଙ୍ଗଳ ମୁଣ୍ଡା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, କ.ବଲାଙ୍ଗ ଥାନା ଖଡିଆବାହାଲ ଗାଁର ମଙ୍ଗଳ ମୁଣ୍ଡା ଘରେ ଶୋଇଥିଲେ। ଏହି ସମୟରେ ସେହି ଗାଁର ଗାମୁଗା ମୁଣ୍ଡା ଆସି ମଙ୍ଗଳ ମୁଣ୍ଡା ସାଙ୍ଗରେ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ । ପରେ ଉତ୍‌କ୍ଷିପ୍ତ ହୋଇ ଗାମୁଗା ଏକ କଟୁରୀରେ ମଙ୍ଗଳ ମୁଣ୍ଡାଙ୍କ ମୁଣ୍ଡକୁ ବାରମ୍ବାର ହାଣିଥିଲା । ଯାହାଫଳରେ ଘଟଣାସ୍ଥଳରେ ମଙ୍ଗଳ। ସ୍ଥାନୀୟଲୋକେ ମଙ୍ଗଳକୁ ମେଡିକାଲ ନେବା ବାଟର, ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗାମୁଗାକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।